Before Header

ମଉଳିଗଲା ଆଶା; ଚିନ୍ତାରେ ସିନେମାହଲ୍ କର୍ମଚାରୀ

0 21

ଭୁବନେଶ୍ୱର: ଦୀର୍ଘଦିନର ଲକଡାଉନ୍,ସଟଡାଉନ୍ ପରେ ଜୀବନଜୀବିକା ସ୍ୱାଭାବିକ ହେବାରେ ଲାଗିଛି । କୋଭିଡ୍ କଟକଣା ଭିତରେ ଦୋକାନ ବଜାର ଖୋଲିବା ସହ ଲୋକେ କର୍ମକ୍ଷେତ୍ରକୁ ଅଗ୍ରସର ହେଲେଣି । ଧନୀଠୁ ଗରିବ ସମସ୍ତେ ପୂର୍ବସ୍ଥିତିକୁ ଫେରିବାକୁ ଦିନରାତି କାମ କରୁଛନ୍ତି । କରୋନା ସଂକ୍ରମଣ ବଢ଼ୁଥିବା ସତ୍ୱେ ଭୟକୁ ଖାତିର ନକରି ଲୋକେ ଜୀବନଜୀବିକାକୁ ଗୁରୁତ୍ୱ ଦେଉଛନ୍ତି ।
ପ୍ରତିମାସ କେନ୍ଦ୍ର ଓ ରାଜ୍ୟ ସରକାର ଅନଲକକୁ ନେଇ ଗାଇଡଲାଇନ ଜାରି କରୁଛନ୍ତି । ତେବେ ଏହାରି ଭିତରେ କେନ୍ଦ୍ର ସରକାର ଅନଲକ-୫ ପାଇଁ ଗାଇଡଲାଇନ ଜାରି କରିବା ସହ ସିନେମାହଲ,ପ୍ରେକ୍ଷାଳୟକୁ ଖୋଲିବାକୁ ଅନୁମତି ଦେଇଛନ୍ତି । ଅକ୍ଟୋବର-୧୫ ତାରିଖରୁ କୋଭିଡ୍ ନିୟମ ମାନି ସିନେମାହଲ,ପ୍ରେକ୍ଷାଳୟ ଖୋଲାଯିବ । ଯେଉଁଥିରେ ୫୦ ପ୍ରତିଶତ ଦର୍ଶକଙ୍କୁ ସିନେମାହଲ ପ୍ରବେଶକୁ ନେଇ ନିର୍ଦ୍ଦେଶ ରହିଛି ।

ଅନ୍ୟପଟେ ରାଜ୍ୟ ସରକାର ସିନେମାହଲ ଖୋଲିବା ଉପରେ ରାଜି ହୋଇନାହାନ୍ତି । କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ସିନେମାହଲ କଟକଣାକୁ ବଳବତ୍ତର ରଖିଛନ୍ତି । ଏହାଦ୍ୱାରା ସିନେମାହଲ,ଚଳଚିତ୍ର ଜଗତ ଉପରେ ନିର୍ଭର କରି ଚଳୁଥିବା ଲୋକମାନେ ଭାଙ୍ଗିପଡିଛନ୍ତି । ଅକ୍ଟୋବର-୧୫ରେ ସିନେମାହଲ ଖୋଲିବାକୁ ନେଇ ଖୁସିଥିବା ଲୋକେ ଏବେ ନିରାଶ ହୋଇଛନ୍ତି । ପାର୍ବଣ ଋତୁ ତଥା ଦଶହରା ବଜାରରେ ଦୁଇ ପଇସା ରୋଜଗାର କରିବା ନେଇ ଆଶା ରଖିଥିବା ସିନେମାହଲ କର୍ମଚାରୀଙ୍କ ଆଶା ମଉଳିଯାଇଛି । ସିନେମାହଲ୍ ମାଲିକମାନେ ପ୍ରେକ୍ଷାଳୟ ସଜାଡିବା ଆରମ୍ଭ କରିଦେଇଥିଲେ । ଅନଲାଇନ୍ ଟିକେଟ୍ ବୁକିଂ ପାଇଁ ଯୋଜନା ପ୍ରସ୍ତୁତ ହେଉଥିଲା । ରାଜ୍ୟ ସରକାର ସିନେମାହଲ,ପ୍ରେକ୍ଷାଳୟ ଖୋଲିବାକୁ ଇଚ୍ଛାପ୍ରକାଶ କରିନାହାନ୍ତି । ଅକ୍ଟୋବର-୩୧ ଯାଏଁ କଟକଣାକୁ ବଳବତ୍ତର ରଖିଛନ୍ତି । କରୋନା କଟକଣା ଭିତରେ ଦୋକାନ ବଜାର,କାର୍ଯ୍ୟାଳୟ,ଜିମ୍,ସପିଂମଲ ଖୋଲାଯାଉଛି ତେବେ ସିନେମାହଲ କାହିଁକି ଖୋଲାଯାଇପାରିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସିନେମାହଲ ଉପରେ ନିର୍ଭର କରି ଚଳୁଥିବା କର୍ମଚାରୀ । ଆଉକେତେ ଦିନ ଆମେ ଆର୍ଥୀକ କଷ୍ଟ ସହିବୁ ବୋଲି କ୍ଷୋଭ ପ୍ରକାଶ କରିଥନ୍ତି ନିରାଶ ହୋଇପଡିଥିବା ସିନେମାହଲ କର୍ମଚାରୀ ।

Leave A Reply

Your email address will not be published.