Before Header

ବାଣ ଭିଡୁଥିବାବେଳେ ବିସ୍ଫୋରଣ, ଜଣେ ମୃତ

0 15

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାଣ ନେଲା ଜୀବନ । ଘର ଭିତରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଯୁବକଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱର ଭିଏସଏସ ନଗରରେ ଘର ଭିତରେ ବାଣ ଭିଡିବା ଏହି ଅଘଟଣ ଘଟିଛି । ଆହତ ଯୁବକ ହେଲେ ଶିବାନନ୍ଦ ତାଡୋ । ତାଙ୍କ ମୁଣ୍ଡ, ଗୋଡ ହାତ ଓ ଆଖିରେ ଆଘାତ ଲାଗିଛି । ବିସ୍ଫୋରଣରେ ଘରର ଆଜବେଷ୍ଟସ ଉଡ଼ିଯାଇଛି ।

ଜଣେ ଗୁରୁତର ହୋଇଥିବାବେଳେ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣରେ ପାଖରେ ଥିବା ଦୁଇଟି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ସେପଟେ ଘଟଣାସ୍ଥଳରେ ଜୋନ-୫ ଏସିପି ଏବଂ ମେୟର ଘଟଣାର ଅନୁଧ୍ୟାନ କରଛନ୍ତି । ବିବାହ କାର୍ୟ୍ୟ ପାଇଁ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.