Masthead

ଯେବେ ଆତିକ୍ ଭୋଟ୍ ବଞ୍ଚାଇଥିଲା ଅଣୁଚୁକ୍ତି, ଆଶ୍ୱସ୍ତ ହୋଇଥିଲା ୟୁପିଏ ସରକାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆତିକର ହତ୍ୟା ପରେ ଏବେ ଅନେକ କଥା ସାମ୍ନାକୁ ଆସୁଛି । କେମିତି ଆମ ରାଜନେତାମାନେ ଅପରାଧୀକ ସାମ୍ରାଜ୍ୟ କରିଥାନ୍ତି, ତାହାର ବଡ଼ ଉଦାହରଣ ଆତିକ୍ ଅହମ୍ମଦ । ପାଞ୍ଚ ପାଞ୍ଚ ଥର ବିଧାୟକ ସହ ୨୦୦୪ରୁ ୨୦୦୯ ଉପା ସରକାର ସମୟରେ ସାଂସଦ ବି ଥିଲା ଆତିକ । ସେତେବେଳେ ନିଜ ଅପରାଧ ପାଇଁ ତାକୁ ଜେଲ ଯିବାକୁ ହୋଇଥିଲା । ତେବେ ୨୦୦୮ରେ କ୍ଷମତା ରାଜନୀତିରେ ବଡ ହଲଚଲ ହୋଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଆମେରିକା ସହ ଅଣୁଚୁକ୍ତି କରିବାକୁ ଅଂଟା ଭିଡିଥିଲେ । କିନ୍ତୁ ଏହା ଉପା ମେଂଟର ଅନ୍ୟ ସହଯୋଗୀ ଦଳଙ୍କ ମଧ୍ୟରେ ଅସହମତି ତିଆରି କରିଥିଲା । ବିଶେଷକରି ବାମପନ୍ଥୀ ଦଳଗୁଡିକ ଏହାର ତୀବ୍ର ବିରୋଧୀ କରିଥିଲେ ।

ଖାଲି ବିରୋଧ କରି ନ ଥିଲେ ସରକାରରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ । ଫଳରେ ସଂକଟରେ ପଡିଯାଇଥିଲା ସରକାରଙ୍କ ସଂଖ୍ୟା ଗରିଷ୍ଠତା । ଠିକ୍ ଏତିକିବେଳେ ଉପାକୁ ସମର୍ଥନ ଦେଇଥିଲା ସମାଜବାଦୀ ପାର୍ଟି । ଆଣବିକ ଚୁକ୍ତିକୁ ନେଇ ସଂସଦରେ ଭୋଟ୍ ନିଷ୍ପତ୍ତି ହେଲା । ଯାହା ପରୋକ୍ଷରେ ସରକାରଙ୍କୁ ସଂଖ୍ୟା ପ୍ରମାଣ ଦେବା ଭଳି ସ୍ଥିତି ସୃଷ୍ଟି କରିଥିଲା । ଶାସକ ଓ ବିରୋଧୀଙ୍କ ମଧ୍ୟରେ ସଂଖ୍ୟାଖେଳ ଜୋରଦାର ହୋଇଥିଲା । ଏହାରି ଭିତରେ ସେ ସମୟରେ ଜେଲରେ ଥିବା ସାଂସଦଙ୍କ ଭୂମିକା ବି ଗୁରୁତ୍ୱପୂର୍ଣ୍ଣ ହୋଇଥିଲା । ସେହି ସାଂସଦମାନଙ୍କୁ ସ୍ୱତନ୍ତ୍ର ଅନୁମତି ବଳରେ ଜେଲରୁ ଆଣି ଭୋଟ୍ ଦେବାର ସୁଯୋଗ ଦିଆଯାଇଥିଲା । ସେଥିରେ ଆତିକ୍ ଅହମ୍ମଦ ବି ସାମିଲ ଥିଲା । ଆତିକ୍ ଆମେରିକା ସହ ଭାରତର ଅଣୁଚୁକ୍ତି ସପକ୍ଷରେ ମତଦାନ କରିଥିଲା । ଯାହା ସେ ସମୟରେ ସରକାରଙ୍କୁ ସହାୟ ହୋଇଥିଲା । ଅଣୁଚୁକ୍ତି ରକ୍ଷା ପାଇଥିଲା, ସରକାର ବି ରକ୍ଷା ପାଇଯାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ