Masthead

ପୋଲିସ କବଜାରେ ଏଟିଏମ ଲୁଟେରା

ଛତ୍ରପୁର (ବଡ଼ ଖବର ବ୍ୟୁରୋ): ଏଟିଏମ ନିକଟରେ ବୁଲୁଥାନ୍ତି ଆଉ ଏଟିଏମ ବ୍ୟବହାର ଜାଣି ନ ଥିବା କୌଣସି ବ୍ୟକ୍ତି ଯେତେବେଳେ ଟଙ୍କା ଉଠାଇବାକୁ ଆସନ୍ତି ଏମାନେ ସହଯୋଗ କରିବା ବାହାନାରେ କାର୍ଡ ବଦଳାଇ କୌଶଳକ୍ରମେ ଏଟିଏମ ପିନ୍ ଆଣି ଅନ୍ୟତ୍ର ଟଙ୍କା ଉଠାଇ ନେଇଯାଆନ୍ତି। କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ରହେନି । ଏବେ ଏଭଳି ଏକ ଗ୍ୟାଙ୍ଗ ପୋଲିସ ହାତରେ ଧରାପଡ଼ିଛି। ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଏଟିଏମ କାର୍ଡ ମାଧ୍ୟମରେ ଟଙ୍କା ଉଠାଣବେଳେ ଚଞ୍ଚକତା କରି ଟଙ୍କା ଲୁଟୁଥିବା ଏକ ଦୁଇଜଣିଆ ଅପରାଧୀ ଗୋଷ୍ଠୀ ଗଞ୍ଜାମ ପୋଲିସ ହାତରେ ଧରାପଡ଼ିଛନ୍ତି । ଉଭୟଙ୍କୁ ଗିରଫ ପରେ ଜେରା କରିବା ସମୟରେ ସେମାନେ ପ୍ରାୟ ୨୫ଟି ଏଟିଏମ ଠକେଇ ମାମଲାରେ ଜଡ଼ିତ ଥିବା ଜଣାପଡ଼ିଛି । ପୋଲିସ ଏମାନଙ୍କ ନିକଟରୁ ବିଭିନ୍ନ ବ୍ୟକ୍ତିଙ୍କ ନାମରେ ଥିବା ୧୦ଟି ଏଟିଏମ କାର୍ଡ, ଗୋଟିଏ ପଲସର ବାଇକ୍, ଗୋଟିଏ ସ୍କୁଟି ଏବଂ ୩ଟି ମୋବାଇଲ ଜବତ କରିଛି । ଏହା ବ୍ୟତୀତ ଏମାନଙ୍କ ନିକଟରୁ ୨ଲକ୍ଷ ୭୦ହଜାର ଟଙ୍କା ଓ ଗୋଟିଏ ସୁନା ମୁଦି ଜବତ ହୋଇଛି । ସେପ୍ଟେମ୍ବର ୨୫ ପୂର୍ବାହ୍ନ ସାଢ଼େ ୧୧ଟାରେ ହଂସପୁର ଗ୍ରାମ ବଡ଼ସାହିର ନିତାଇ ପ୍ରଧାନ ବଡ଼ମାଧପୁର ବଜାରରେ ଥିବା ଷ୍ଟେଟବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଗଜପତି ଜିଲ୍ଲା ମୋହନା ବସଷ୍ଟାଣ୍ଡ ନିବାସୀ ସୀମାଞ୍ଚଳ ସାହୁ ଓରଫ ଚେରୁ (୨୮) କୌଶଳ କ୍ରମେ ତାଙ୍କ ଏଟିଏମ କାର୍ଡ ବଦଳାଇ ଦେଇଥିଲେ । ପରେ ୭ ତାରିଖରେ ନିତାଇ ପୁଣି ଟଙ୍କା ବାହାର କରିବାବେଳେ ଟଙ୍କା ନ ବହାରିବାରୁ ଛତ୍ରପୁର ଷ୍ଟେଟବ୍ୟାଙ୍କ ଶାଖାରେ ଯୋଗାଯୋଗ କରି କାର୍ଡଟି ବଦଳି ଯାଇଥିବା ଏବଂ ତାଙ୍କ ଆକାଉଣ୍ଟରୁ ତାଙ୍କରି ଏଟିଏମ କାର୍ଡ ବ୍ୟବହାର କରି ୬ଲକ୍ଷରୁ ଅଧିକ ଟଙ୍କା ବାହାର କରାଯାଇଥିବା ଜାଣିପାରିଥିଲେ । ଏନେଇ ନିତାଇ ଅକ୍ଟୋବର ୧୦ରେ ଛତ୍ରପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଗୁପ୍ତଚରମାନଙ୍କ ଜାଲ ବିଛାଇଥିଲା । ଗଞ୍ଜାମ ଏସପି ବ୍ରିଜେଶ ରାଏଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ଏସଡିପିଓ ଗୌତମ କିଷାନ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଓ ଚମାଖଣ୍ଡି ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତାଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଜାରି ରଖିଥିଲା ପୋଲିସ । ଗଞ୍ଜାମ ସାଇବର ସେଲ ସହାୟତାରେ ସୀମାଞ୍ଚଳଙ୍କୁ ଠାବ କରିବା ପରେ ତାଙ୍କ ସହଯୋଗୀ ଭଞ୍ଜନଗର ଥାନା କୁଲାଡ଼ ଗ୍ରାମର ଗୋବର୍ଦ୍ଧନ ପାତ୍ର (୩୫)ଙ୍କୁ ସେ ରହୁଥିବା ଖଣ୍ଡଗିରି ଥାନା ଅନ୍ତର୍ଗତ ଡ଼ୁମଡ଼ୁମା ଫେଜ-୨ ଘରୁ ଗିରଫ କରିଛି । ଗଞ୍ଜାମ ଜିଲ୍ଲାର ରମ୍ଭା, ଆସିକା, ବଡ଼ଗଡ଼, ହିଞ୍ଜିଳି, ପୁରୁଷୋତ୍ତମପୁର, ଗଞ୍ଜାମ, କୋଦଳକ୍ଷ, ଗାଙ୍ଗପୁର, ଭଞ୍ଜନଗର, ଛତ୍ରପୁର, ଗୋଳନ୍ଥରକ୍ଷୟ, କବିସୂର୍ଯ୍ୟନଗର, ଦିଗପହଣ୍ଡି ଥାନା ସମେତ ନୟାଗଡ଼, ମାଲକାନଗିରି, ଖରିଆର, ବାଲୁଗାଁ ଆଦି ସ୍ଥାନରେ ମଧ୍ୟ ଏମାନେ ଲୁଟ ଘଟାଇଥିବା ଜେରା ବେଳେ ସ୍ୱୀକାର କରିଛନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଛତ୍ରପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମୀଳନୀରେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ଏ ନେଇ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ