Before Header

ୟୁକ୍ରେନରେ ହମଲା, ୬ ମୃତ

0 15

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏବେ ବି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହଛି ଯୁଦ୍ଧ । ଯୁଦ୍ଧ ବନ୍ଦ ହେବାର ନା ଧରୁ ନାହିଁ । ଏହାରେି ଭିତରେ ଆସିଛି ଆଉ ଏକ ଖବର । ପୂର୍ବ ୟୁକ୍ରେନ ସ୍ଥିତ କୋଷ୍ଟିଆନଟିନିଭାକରେ ରୁଷ ପକ୍ଷରୁ ଜୋରଦାର ବୋମା ବର୍ଷଣ କରାଯାଇଛି । ଏହା ଯୋଗୁଁ ୬ ଜଣ ନାଗରିକ ପ୍ରାଣ ହରାଇଛନ୍ତି । ୮ ଜଣ ଆହାତ ହୋଇଛନ୍ତି ।

ରବିବାର ହଠାତ ପୁଟିନ ସେନା ଆବାସିକ କୋଠା ଉପରେ ଆକ୍ରମଣ କରିଥିବା ୟୁକ୍ରେନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ରୁଷ ସେନା ଏବେ ପୂର୍ବ ୟୁକ୍ରେନ ଉପରେ ଟାର୍ଗେଟ କରିଛି । ଅହରହ ଏଠାରେ ମୁହାଁମୁହିଁ ସ୍ଥତି ଲାଗିରହିଛି । ଯୁଦ୍ଧ ପୂର୍ବରୁ କୋଷ୍ଟିଆନଟିନିଭାକରେ ୭୦ ହଜାର ଲୋକେ ରହୁଥିବାବେଳ ଏବେ ଏଠାରୁ ଅନେକ ଲୋକେ ପଳାୟନ କଲେଣି ।

Leave A Reply

Your email address will not be published.