Masthead

ବାଲି ଘାଟ ଉପରେ ଚଢାଉ

ସାଲେପୁର (ବଡ଼ ଖବର ବ୍ୟୁରୋ): ବେଆଇନ ବାଲି ଘାଟ ଉପରେ ଜଗତପୁର ଥାନା ପାଗା ଫାଣ୍ଡି ପୋଲିସ ପକ୍ଷରୁ ଚଢାଉ। ଜଗତପୁର ଥାନା ପାଗା ଫାଣ୍ଡି ପୋଲିସ ପକ୍ଷରୁ ମହାନଦୀ ଓ ବିରୂପା ନଦୀରେ ବେଆଇନ ବାଲିଘାଟ ଉପରେ ଅଚାନକ ଚଢାଉ କରି ୫ଗୋଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଓ ୫ଗୋଟି ବେଆଇନ ବାଲି ବୋଝେଇ ହାଇୱାକୁ ଜବତ କରିଛି । ଜବତ ପରେ ମାଇନ୍ସ ବିଭାଗକୁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ପୋଲିସ ଓ ମାଇନ୍ସ ପକ୍ଷରୁ ଗାଡିର ଫାଇନ କଟାଯିବା ସହ କାଗଜପତ୍ର ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି। ବାରମ୍ବାର ପୋଲିସ ପକ୍ଷରୁ ବେଆଇନ ବାଲି ଘାଟ ଉପରେ ଚଢ଼ାଉ ଜାରି ରହିଲେ ଆଗକୁ ବାଲି ମାଫିଆମାନେ ସାବଡ଼ ହେବା ସହ ଚୋରା ବାଲି ଚାଲାଣ ଉପରେ ରୋକ ଲାଗି ପାରିବ। ସହରାଞ୍ଚଳରେ ଚଡାଉ ଜାରି ରହିଥିବାବେଳେ ଯଦି ଗ୍ରାମଞ୍ଚଳ ପୋଲିସ ସାଲେପୁର ଥାନା, କିଶନ ନଗର ଥାନା, ନିଶ୍ଚିନ୍ତକୋଇଲି ଥାନା ପକ୍ଷରୁ ଚଢାଉ କରାଗଲେ ବାଲିମଫିଆ ସବାଡ଼ ହେବା ସହ ଚୋରା ବାଲି ଚାଲାଣକୁ ରୋକା ଯାଇପାରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି ଜାତିସଂଘ ସୁରକ୍ଷା ପରିଷଦ ବୈଠକ 🔴 ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ 🔴 ରାଜ୍ୟରେ ଅଚାନକ ବଢ଼ିଛି ତାତି 🔴 କାଳବୈଶାଖୀ ନେଇ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ଯୁଦ୍ଧ ଶେଷ କରିବେ କି ଟ୍ରମ୍ପ? 🔴 କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌ 🔴 ୨୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ସତର୍କତା 🔴 ଖୁବଶୀଘ୍ର ଇରାନ ଛାଡ଼ିବ ଆମେରିକା 🔴 ଆହୁରି ୩ ଦିନ କାଳବୈଶାଖୀ ବର୍ଷା 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି ଜାତିସଂଘ ସୁରକ୍ଷା ପରିଷଦ ବୈଠକ 🔴 ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ 🔴 ରାଜ୍ୟରେ ଅଚାନକ ବଢ଼ିଛି ତାତି 🔴 କାଳବୈଶାଖୀ ନେଇ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ଯୁଦ୍ଧ ଶେଷ କରିବେ କି ଟ୍ରମ୍ପ? 🔴 କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌ 🔴 ୨୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ସତର୍କତା 🔴 ଖୁବଶୀଘ୍ର ଇରାନ ଛାଡ଼ିବ ଆମେରିକା 🔴 ଆହୁରି ୩ ଦିନ କାଳବୈଶାଖୀ ବର୍ଷା