Masthead

ଗାଁ ମୁଣ୍ଡରୁ ନେତା ଓ କର୍ମୀଙ୍କୁ ତଡି ଦେଲେ ଗ୍ରାମବାସୀ

ରାଇଘର (ବଡ଼ ଖବର ବ୍ୟୁରୋ): ଝରିଗାଁ ବିଧାନସଭା ନିର୍ବାଚନମଣ୍ଡଳିର ବିଜେଡି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝୀଙ୍କ ଦଳୀୟ ସମର୍ଥକ ଓ କର୍ମୀ ଆଜି ଚନ୍ଦାହାଣ୍ଡି ବ୍ଲକ ର ବିଭିନ୍ନ ଗାଁକୁ ଯାଇ ମାରାଥନ୍ ପ୍ରଚାର କରିଥିଲେ। ତେବେ ଶ୍ରୀ ମାଝୀଙ୍କ ନିଜ ବ୍ଲକରେ ଆଜି ସାଧାରଣ ଜନତା ବିଜେଡି କର୍ମୀଙ୍କୁ ବିରୋଧ ପ୍ରଦର୍ଶନ କରିବା ଦେଖିବାକୁ ମିଳିଛି। ଗାଁର ମହିଳା ଓ ପୁରୁଷମାନେ ଗାଁକୁ ପ୍ରଚାର ପାଇଁ ଆସିଥିବା ନେତା କର୍ମୀଙ୍କୁ ଗାଁ ମୁଣ୍ଡରେ ଅଟକାଇ ୨୫ବର୍ଷରେ ଆମ ଗାଁ ପାଇଁ କଣ ଉନ୍ନତି କରିଛ?

ଗତ ପାଞ୍ଚ ବର୍ଷରେ ଆମ ଗାଁ ପାଇଁ ରମେଶ ମାଝୀର କଣ ଅବଦାନ ରହିଛି ବୋଲି ବିଭିନ୍ନ ପ୍ରଶ୍ନ କରିଥିଲେ ଓ ଗାଁ ମୁଣ୍ଡରୁ ନେତା କର୍ମୀଙ୍କୁ ତଡିଦେଇଥିଲେ। କେବଳ ଭୋଟ ସମୟରେ ଗାଁ କୁ ଆସି ବିଭିନ୍ନ ପ୍ରଲୋଭନ ଦେଖାଇ ଭୋଟ ହାତଉଛ ନିର୍ବାଚନ ସରିଗଲେ ଆଉ ତମର ଦେଖା ମିଳୁନି ବୋଲି ବିଜେଡି କର୍ମୀଙ୍କ ଉପରେ ବର୍ଷିଥିଲେ। ଗତ ୩୦ତାରିଖ ଦିନ ଝରିଗାଁର ଦେଉଳକୋନା ଠାରେ ବିଜେଡିର କାର୍ମୀ ସମ୍ମିଳନୀରେ ଦୁଇ ଗୋଷ୍ଠୀ ପ୍ରଦୀପ ଏବଂ ରମେଶ ଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ଦେଖିବାକୁ ମିଳିଥିବା ବେଳେ ଏଥିରେ ମଧ୍ୟ ରମେଶ ମାଝୀଙ୍କୁ ବିରୋଧ କରି ପ୍ରଦୀପ ଗୋଷ୍ଠୀ ରମେଶ ମାଝୀଙ୍କ ଉପରକୁ ଚପଲ ଫିଙ୍ଗିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆଜି ତାଙ୍କ ନିଜ ବ୍ଲକରେ ମଧ୍ୟ ବିରୋଧର ଚିତ୍ର ସାମ୍ନା କୁ ଆସିଛି । ପ୍ରକାଶ ଥାଉକି ବିଗତ ଦିନରେ ଏହି ଗାଁରେ ରାସ୍ତା ପାଇଁ ଅନେକ ଥର ସ୍ଥାନୀୟ ସାଂସଦ ରମେଶ ମାଝୀ ତଥା ବର୍ତ୍ତମାନର ବିଧାୟକ ପ୍ରାର୍ଥୀଙ୍କୁ ଦାବି ଜଣେଇଥିଲେ। ଦାବି ନ ଶୁଣିବାରୁ ଗାଁ ଲୋକେ ଅଭିନବ ଢଙ୍ଗରେ ରାସ୍ତାରେ ଧାନ ରୋଇ ପ୍ରତିବାଦ କରିଥିଲେ। ସେହି କଥା ପୁଣି ଆଜି ଗ୍ରାମବାସୀ ଦୋହରେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା