Masthead

ଖରସ୍ରୋତା ବଞ୍ଚାଓ ସଂଗ୍ରାମ ସମିତିର ଜନ ସମାବେଶ

ଆଳି (ବଡ଼ ଖବର ବ୍ୟୁରୋ): ରାଜକନିକା-ଆଳି ଦେଇ ପ୍ରବାହିତ ଖରସ୍ରୋତା ନଦୀର ମେଗାଜଳ ପ୍ରକଳ୍ନ ବିରୋଧୀ ଖରସ୍ରୋତା ବଞ୍ଚାଓ ସଂଗ୍ରାମ ସମିତି ପକ୍ଷରୁ ରବିବାର ଜନସମାବେଶ ଡାକରା ଦିଆଯାଇଥିଲା । ଆୟୋଜିତ ସମାବେଶରେ ହଜାର ହଜାର ପ୍ରକଳ୍ପ ବିରୋଧୀ ଜନତା ସାମିଲ ହୋଇଥିଲେ । ସରକାର କେନ୍ଦ୍ରାପୋଡ଼ା ଜିଲ୍ଲାର ଜୀବନ ଜୀବିକାକୁ ମାରି ଭଦ୍ରକ ଜିଲ୍ଲାକୁ ପାନୀୟ ଜଳ ଯୋଗାଇବା ତଥା ଜିଲ୍ଲା ମଧ୍ୟରେ ବିବାଦ ସୃଷ୍ଟି କରୁଥିବାର ଗନ୍ଧ ବାରି ହେଉଥିଲା ।

ଆୟୋଜିତ ସମାରୋହରେ ଆଦିବାସୀ ନେତା ପ୍ରଫୁଲ୍ଲ ସାମନ୍ତରାୟ, ପୋସ୍କ ବିରୋଧୀ ଓ କମ୍ୟୁନିଷ୍ଟ ନେତା ଅଭୟ ସାହୁ, ମହାନଦୀ ବଞ୍ଚାଓ ସମିତିର ସୁଦର୍ଶନ ଦାସ, କଂଗ୍ରେସର ରାଜ୍ୟ ମିଡ଼ିଆ ସେଲ୍ର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, କ୍ଷୀରୋଦ ରାଉତ, ଆଳି ପୂର୍ବତ୍ତନ ବିଧାୟକ ଦୋଳଗୋବିନ୍ଦ ନାୟକ, ଦେବେନ୍ଦ୍ର ଶର୍ମା, ବିଜେବି ଦଳର ବ୍ରଜସୁନ୍ଦର ଭୂୟାଁ, ଦୁର୍ଯ୍ୟୋଧନ ମହାନ୍ତି, ମଙ୍ଗୁଳି ଚରଣ ବେହେରା ପ୍ରମୁଖ ଯୋଗଦେଇ ଆଳି କନିକାର ଲୋକମାନଙ୍କ ଜୀବନ ଜୀବିକାକୁ ଉଜାଡ଼ିବାକୁ ଏହି ପ୍ରକଳ୍ପ କରାଯାଉଛି ବୋଲି ସ୍ୱର ଉତ୍ତୋଳନ କରିଥିଲେ ।

ସରକାର ପ୍ରକଳ୍ନ ବାହାନାରେ ଏକ ବିଦେଶୀ କମ୍ପାନୀର କୋଇଲା ଶୀତଳୀକରଣ ପାଇଁ ଏହି ଯୋଜନା କରିବା ତଥା ସ୍ଥାନୀୟ ବିଧାୟକ ପ୍ରତାପ କେଶରୀ ଦେବ ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ଜନତାଙ୍କ ଭାତହାଣ୍ଡିରେ ଧୂଳି ଦେବା କଥା କହିଥିଲେ । ମେଗା ଜଳପ୍ରକଳ୍ପକୁ ଫେରାଇ ନେଇ ଅଞ୍ଚଳବାସୀଙ୍କ କଥା ଭାବିବା ଦରକାର ରହିଛି ବୋଲି ସମାବେଶର ବକ୍ତାମାନେ କହିଥିଲେ । ସରକାର ଯଦି ନିଜ ଜିଦ୍ରେ ଅଟଳ ରହିବେ ତେବେ ଖରସ୍ରୋତା ନଦୀର ସୁରକ୍ଷା ପାଇଁ ରକ୍ତର ସୁଅ ଛୁଟିବ ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ