Masthead

ହସ୍ପିଟାଲରେ ଭର୍ତ୍ତି ହେଲେ ବାବା କା ଢାବାର ମାଲିକ, ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ହସ୍ପିଟାଲରେ ଭର୍ତ୍ତି ହେଲେ ବାବା କା ଢାବାରର ମାଲିକ କାନ୍ତା ପ୍ରସାଦ । ତେବେ ସେ ଆଣ୍ଟି ଆନଜାଇଟି ମେଡିସିନ ଖାଇବା ପରେ ଅତ୍ୟଧିକ ମଦ୍ୟପାନ କରିଥିବା କାରଣରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କ ପରିବାର ଲୋକ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା । ତେବେ ବର୍ତ୍ତମାନ ସେ ଭେଣ୍ଟିଲେଟରରେ ଥିବା ବେଳେ ତାଙ୍କର ରକ୍ତଚାପ ଓ ଅମ୍ଳଜାନ ସ୍ତର କମ ରହିଥିବା ଜଣା ପଡ଼ିଛି ।

ଦକ୍ଷିଣ ଦିଲ୍ଲୀର ମାଲଭିଆ ନଗରରେ ରାସ୍ତାକଡ଼ରେ ଥିବା ବାବା କା ଢାବାର ମାଲିକ ହେଉଛନ୍ତି କାନ୍ତା ପ୍ରସାଦ । ଗତବର୍ଷ ଅକ୍ଟୋବରରେ କାନ୍ତା ପ୍ରସାଦ, ତାଙ୍କ ପତ୍ନୀ ଏବଂ ତାଙ୍କ ଢାବା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଗୌରବ ୱାସନ ନାମକ ଏକ ୟୁଟ୍ୟୁବର ପ୍ରସାଦଙ୍କୁ ଲୁଚାଇ ତାଙ୍କର ଏକ ଭିଡିଓ ବନାଇଥିଲେ । ଏହି ଭିଡିଓରେ ସେ କାନ୍ତା ପ୍ରସାଦ ଓ ତାଙ୍କ ପତ୍ନୀଙ୍କ ରୋଜଗାର ପାଇଁ କରୁଥିବା ସଂଘର୍ଷକୁ ଲୋକଙ୍କୁ ଜଣାଇଥିଲେ । ମହାମାରୀ ବେଳେ କିପରି ତାଙ୍କ ବ୍ୟବସାୟ ବନ୍ଦ ହୋଇଛି ଲୋକମାନଙ୍କୁ ଏବିଷୟରେ ଅବଗତ କରାଇଥିଲେ । ବାସ ଏହାପରେ ବାବା କା ଢାବାକୁ ଛୁଟିଥିଲା ଲୋକଙ୍କ ସୁଅ । ଭିଡିଓଟି ହଜାର ହଜାର ମାତ୍ରାରେ ସେୟାର ହେବା ସହ ଖୁବ ଭାଇରାଲ ହେବାରେ ଲାଗିଥିଲା । ବହୁ ଲୋକ ବାବା କା ଢାବାର ମାଲିକଙ୍କୁ ଆର୍ଥିକ ସହଯୋଗ ମଧ୍ୟ ଯୋଗାଇଥିଲେ । ତେବେ ଏହି ଦାନ ଟଙ୍କାରେ କାନ୍ତା ପ୍ରସାଦ ଏକ ରେସ୍ତୋରାଁ ମଧ୍ୟ ଖୋଲିଥିଲେ । କିନ୍ତୁ ଏହାର କିଛି ଦିନ ମଧ୍ୟରେ ହିଁ ୟୁଟ୍ୟୁବର ଗୌରବଙ୍କ ନାଁରେ କାନ୍ତା ପ୍ରସାଦ ଏକ ବଡ଼ ଅଭିଯୋଗ ଆଣିଥିଲେ । ସେ କହିଥିଲେ ଯେ, ଗୌରବ ତାଙ୍କର ଟଙ୍କା ହଡ଼ପ କରିଛନ୍ତି ।

ଏହାକୁ ନେଇ ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଥିଲା । ବହୁ ଲୋକ ୟୁଟ୍ୟୁବରଙ୍କୁ ସପୋର୍ଟ କରୁଥିବା ବେଳେ କିଛି ଲୋକ କାନ୍ତା ପ୍ରସାଦଙ୍କୁ ସମର୍ଥନ କରିଥିଲେ । ଏହାପରେ ବାବା କା ଢାବାର ବ୍ୟବସାୟ ମଧ୍ୟ ବୁଡ଼ିବାକୁ ଲାଗିଲା । କିଛି ଦିନ ତଳେ ଗୌରବଙ୍କୁ କାନ୍ତା ପ୍ରସାଦ ହାତ ଯୋଡ଼ି କ୍ଷମା ମାଗୁଥିବା ଭିଜୁଆଲ ମଧ୍ୟ ଭାଇରାଲ ହୋଇଥିଲା । ସେ ଅନ୍ୟମାନଙ୍କ କଥାରେ ଆସି ଗୌରବଙ୍କ ଉପରେ ଏହି ଅଭିଯୋଗ କରିଥିବା କଥା ସେହି ଭିଜୁଆଲରେ କହିଥିଲେ । ତେବେ ଗତ କାଲି କାନ୍ତା ପ୍ରସାଦଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କାନ୍ତା ପ୍ରସାଦ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି କି ଅତ୍ୟଧିକ ମଦ୍ୟପାନ କରିଥଲେ ବୋଲି ଏପରି ହେଲା ତାହା ସ୍ପଷ୍ଟ ହୋଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ