Masthead

ହସ୍ପିଟାଲରେ ଭର୍ତ୍ତି ହେଲେ ବାବା କା ଢାବାର ମାଲିକ, ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ହସ୍ପିଟାଲରେ ଭର୍ତ୍ତି ହେଲେ ବାବା କା ଢାବାରର ମାଲିକ କାନ୍ତା ପ୍ରସାଦ । ତେବେ ସେ ଆଣ୍ଟି ଆନଜାଇଟି ମେଡିସିନ ଖାଇବା ପରେ ଅତ୍ୟଧିକ ମଦ୍ୟପାନ କରିଥିବା କାରଣରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କ ପରିବାର ଲୋକ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା । ତେବେ ବର୍ତ୍ତମାନ ସେ ଭେଣ୍ଟିଲେଟରରେ ଥିବା ବେଳେ ତାଙ୍କର ରକ୍ତଚାପ ଓ ଅମ୍ଳଜାନ ସ୍ତର କମ ରହିଥିବା ଜଣା ପଡ଼ିଛି ।

ଦକ୍ଷିଣ ଦିଲ୍ଲୀର ମାଲଭିଆ ନଗରରେ ରାସ୍ତାକଡ଼ରେ ଥିବା ବାବା କା ଢାବାର ମାଲିକ ହେଉଛନ୍ତି କାନ୍ତା ପ୍ରସାଦ । ଗତବର୍ଷ ଅକ୍ଟୋବରରେ କାନ୍ତା ପ୍ରସାଦ, ତାଙ୍କ ପତ୍ନୀ ଏବଂ ତାଙ୍କ ଢାବା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଗୌରବ ୱାସନ ନାମକ ଏକ ୟୁଟ୍ୟୁବର ପ୍ରସାଦଙ୍କୁ ଲୁଚାଇ ତାଙ୍କର ଏକ ଭିଡିଓ ବନାଇଥିଲେ । ଏହି ଭିଡିଓରେ ସେ କାନ୍ତା ପ୍ରସାଦ ଓ ତାଙ୍କ ପତ୍ନୀଙ୍କ ରୋଜଗାର ପାଇଁ କରୁଥିବା ସଂଘର୍ଷକୁ ଲୋକଙ୍କୁ ଜଣାଇଥିଲେ । ମହାମାରୀ ବେଳେ କିପରି ତାଙ୍କ ବ୍ୟବସାୟ ବନ୍ଦ ହୋଇଛି ଲୋକମାନଙ୍କୁ ଏବିଷୟରେ ଅବଗତ କରାଇଥିଲେ । ବାସ ଏହାପରେ ବାବା କା ଢାବାକୁ ଛୁଟିଥିଲା ଲୋକଙ୍କ ସୁଅ । ଭିଡିଓଟି ହଜାର ହଜାର ମାତ୍ରାରେ ସେୟାର ହେବା ସହ ଖୁବ ଭାଇରାଲ ହେବାରେ ଲାଗିଥିଲା । ବହୁ ଲୋକ ବାବା କା ଢାବାର ମାଲିକଙ୍କୁ ଆର୍ଥିକ ସହଯୋଗ ମଧ୍ୟ ଯୋଗାଇଥିଲେ । ତେବେ ଏହି ଦାନ ଟଙ୍କାରେ କାନ୍ତା ପ୍ରସାଦ ଏକ ରେସ୍ତୋରାଁ ମଧ୍ୟ ଖୋଲିଥିଲେ । କିନ୍ତୁ ଏହାର କିଛି ଦିନ ମଧ୍ୟରେ ହିଁ ୟୁଟ୍ୟୁବର ଗୌରବଙ୍କ ନାଁରେ କାନ୍ତା ପ୍ରସାଦ ଏକ ବଡ଼ ଅଭିଯୋଗ ଆଣିଥିଲେ । ସେ କହିଥିଲେ ଯେ, ଗୌରବ ତାଙ୍କର ଟଙ୍କା ହଡ଼ପ କରିଛନ୍ତି ।

ଏହାକୁ ନେଇ ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଥିଲା । ବହୁ ଲୋକ ୟୁଟ୍ୟୁବରଙ୍କୁ ସପୋର୍ଟ କରୁଥିବା ବେଳେ କିଛି ଲୋକ କାନ୍ତା ପ୍ରସାଦଙ୍କୁ ସମର୍ଥନ କରିଥିଲେ । ଏହାପରେ ବାବା କା ଢାବାର ବ୍ୟବସାୟ ମଧ୍ୟ ବୁଡ଼ିବାକୁ ଲାଗିଲା । କିଛି ଦିନ ତଳେ ଗୌରବଙ୍କୁ କାନ୍ତା ପ୍ରସାଦ ହାତ ଯୋଡ଼ି କ୍ଷମା ମାଗୁଥିବା ଭିଜୁଆଲ ମଧ୍ୟ ଭାଇରାଲ ହୋଇଥିଲା । ସେ ଅନ୍ୟମାନଙ୍କ କଥାରେ ଆସି ଗୌରବଙ୍କ ଉପରେ ଏହି ଅଭିଯୋଗ କରିଥିବା କଥା ସେହି ଭିଜୁଆଲରେ କହିଥିଲେ । ତେବେ ଗତ କାଲି କାନ୍ତା ପ୍ରସାଦଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କାନ୍ତା ପ୍ରସାଦ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି କି ଅତ୍ୟଧିକ ମଦ୍ୟପାନ କରିଥଲେ ବୋଲି ଏପରି ହେଲା ତାହା ସ୍ପଷ୍ଟ ହୋଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ