Masthead

କେବେ ଖୋଲିବ ସ୍କୁଲ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କେବେ ଖୋଲିବ ସ୍କୁଲ। ପ୍ରତିକ୍ରିୟା ରଖିଲେ ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଭି କେ ପଲ। ଅଧିକାଂଶ ଶିକ୍ଷକଙ୍କୁ ଟୀକାକାରଣ ଓ ପିଲାଙ୍କ ଉପରେ ସଂକ୍ରମଣ ପ୍ରଭାବର ତଥ୍ୟକୁ ଦେଖି ନିଷ୍ପତ୍ତି ନିଆଯିବ । ତେବେ କରୋନା ମହାମାରୀ ବେଳେ ଦେଶରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ପିଲାମାନଙ୍କର ପାଠପଢ଼ା ବ୍ୟାହତ ହେଇଛି । ଅନଲାଇନରେ ଶିକ୍ଷାଦାନ କରିବାକୁ ଉଦ୍ୟମ ହେଉଛି । ହେଲେ କ୍ଲାସରୁମରେ ପାଠପଢ଼ିବା ଓ ଅନଲାଇନରେ ଶିକ୍ଷାଦାନ ମଧ୍ୟରେ ଫରକ ରହୁଛି । ସେପଟେ ଅନେକ ସ୍ଥାନରେ ନେଟୱର୍କ ଅସୁବିଧା କାରଣରୁ ପିଲାମାନେ ସଠିକ ଭାବେ କ୍ଲାସ ମଧ୍ୟ କରିପାରୁନାହାନ୍ତି ।

ଏସବୁ ଭିତରେ ଅଭିଭାବକ ଓ ପିଲାଙ୍କ ମଧ୍ୟରେ ବଡ଼ ପ୍ରଶ୍ନ, କେବେ ଖୋଲିବ ସ୍କୁଲ । ଏହାର ଉତ୍ତର ରଖିଛନ୍ତି କେନ୍ଦ୍ର ସରକାର । ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭି.କେ ପଲ କହିଛନ୍ତି ଯେ, ଅଧିକାଂଶ ଶିକ୍ଷକଙ୍କୁ ଟିକାକରଣ କରାଯିବା ଉପରେ ଗୁରୁତ୍ୱ ରହିଛି । ଅଧିକାଂଶ ଶିକ୍ଷକଙ୍କୁ ଟିକାକରଣ ସରିବା ପରେ ଓ ପିଲାଙ୍କ ଉପରେ ସଂକ୍ରମଣର ପ୍ରଭାବ ନେଇ ଅଧିକ ତଥ୍ୟ ଆସିବା ପରେ ଏନେଇ ସରକାର ନିଷ୍ପତି ନେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା