Masthead

ସାଂସଦ ପଦରୁ ଇସ୍ତଫା ଦେବେ ବାବୁଲ ସୁପ୍ରିୟୋ

କୋଲକାତା(ଖବର ବ୍ୟୁରୋ): ଗାୟକରୁ ରାଜନେତା । ପ୍ରଥମେ ବିଜେପି ପରେ ଟିଏମସି । ଆମେ କହୁଛୁ ବିଜେପିରୁ ଲଢିଥିବା ଯିତିଥିବା ବର୍ତ୍ତମାନର ଟିଏମସି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ କଥା । ଏବେ ଖରବ ଆସୁଛି ସାଂସଦ ପଦରୁ ସେ ଇସ୍ତଫା ଦେବେ । ଗତ ମାସରେ ଟିଏମସିରେ ମିଶିଥିବା ବାବୁଲ ସୁପ୍ରିୟୋ ନିଜ ସାଂସଦ ପଦ ଛାଡ଼ିବେ । ବାଚସ୍ପତି ଓମ ବିର୍ଲାଙ୍କୁ ମଙ୍ଗଳବାର ଭେଟି ନିଜ ଇସ୍ତଫା ପତ୍ର ଦେବେ ବାବୁଲ । ସାଂସଦ ପଦରୁ ଇସ୍ତଫା ଦେବାର ଆନୁଷ୍ଠାନିକତା ପୂରଣ କରିବାକୁ ସୁପ୍ରିୟୋ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ପତ୍ର ଲେଖିଥିଲେ । ଏହାପରେ ତାଙ୍କୁ ମଙ୍ଗଳବାର ୧୧ଟା ସମୟ ଦିଆଯାଇଛି ।

ତେବେ ସୂଚନା ଅନୁସାରେ, ସୁପ୍ରିୟୋ ମଙ୍ଗଳବାର ସକାଳେ ଦିଲ୍ଲୀ ଯିବେ ଏବଂ ନିଜ ଇସ୍ତପା ପତ୍ର ପୂରଣ କରିବେ । ପୂର୍ବରୁ ଟିଏମସିରେ ଯୋଗ ଦେବା ପରେ ସୁପ୍ରିୟୋ ସ୍ପଷ୍ଟ କରିଥିଲେ ଯେ, ସେ ଆଉ ସାଂସଦ ଭାବେ କାର୍ଯ୍ୟ କରିବେ ନାହିଁ । କାରଣ ଏହା ଅନୈତିକ ଅଟେ । ସେ ବିଜେପି ଟିକେଟରେ ଆସନସୋଲର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏବେ ସେ ଆଉ ବିଜେପିରେ ନାହାନ୍ତି । ସେପ୍ଟେମ୍ବର ୧୮ରେ ଟିଏମସିରେ ଯୋଗ ଦେଇଥିବା ସୁପ୍ରିୟୋ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଇସ୍ତଫା ଦେବେ ବୋଲି ପୂର୍ବରୁ ଘୋଷଣା କରିଥିଲେ ।

ଏପରି ବହୁ ଉଦାହରଣ ରହିଛି ଦଳ ଛାଡ଼ିବା ପରେ ମଧ୍ୟ ସାଂସଦ ବା ବିଧାୟକ ନିଜ ପଦ ଛାଡ଼ନ୍ତି ନାହିଁ । ୨୦୧୪ ଓ ୨୦୧୯ରେ ଆସନସୋଲ ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ବାବୁଲ । ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ କେନ୍ଦ୍ର ରାଜ୍ୟମନ୍ତ୍ରୀ ମଧ୍ୟ ରହିସାରିଛନ୍ତି । କିନ୍ତୁ କ୍ୟବିନେଟର ପୁନଃ ନିର୍ମାଣରେ ତାଙ୍କୁ ମନ୍ତ୍ରୀ ପଦ ଆଉ ମିଳି ନଥିଲା । ଯାହାପରେ ସେ ରାଜନୀତି ଛାଡ଼ିବେ ବୋଲି ଘୋଷଣା କରିଥିଳେ । କିନ୍ତୁ ପରେ ସେ ଟିଏମସିରେ ଯୋଗ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି