Masthead

‘ପୁନର୍ଜନ୍ମ’ ଉତ୍ସବରେ ‘ବଡ଼ ଖବର’ର ଦୀର୍ଘ ଜୀବନ କାମନା କଲେ ସମସ୍ତେ, ଅଜାଡିଲେ ଆଶୀର୍ବାଦ

ଭୁବନେଶ୍ୱର (ବଡ଼ ଖବର ): ବଡ଼ ଖବର ‘ପୁନର୍ଜନ୍ମ’ ଉତ୍ସବ ଅନୁଷ୍ଠିତ । ଭୁବନେଶ୍ୱର ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି ବଡ଼ ଖବର ‘ପୁନର୍ଜନ୍ମ’ ଉତ୍ସବ । ଅନେକ ଘାତପ୍ରତିଘାତ ଭିତରେ ବଡ଼ ଖବର ଆଗକୁ ବଢୁଛି । ଏଣୁ ଏଥର ଉତ୍ସବରେ ଏହାର ନାଁ ରଖାଯାଇଥିଲା ‘ପୁନର୍ଜନ୍ମ’ ଉତ୍ସବ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର । ସେହିଭଳି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ ।

ବରିଷ୍ଠ ସାମ୍ବାଦିକ ତଥା ବରିଷ୍ଠ ସମ୍ପାଦକ ସମ୍ପଦ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ବଡ଼ ଖବର ଟ୍ୟାଗ ଲାଇନ ହେଉଛି ‘ଲୋକଙ୍କ ଚ୍ୟାନେଲ’ । ବଡ଼ ଖବରକୁ ସବୁବେଳେ ସାଧାରଣଲୋକ ହିଁ ଆଗକୁ ନେଇକି ଯାଇଛନ୍ତି । ପ୍ରତିଥର ଆମେ ଆମ ମଞ୍ଚରେ ସାଧାରଣ ଲୋକଙ୍କ ପ୍ରତିନିଧି ଭାବେ ଉପସ୍ଥିତି ଆମକୁ ଗୌରବାନ୍ୱତ ଅନୁଭବ କରିଥାନ୍ତି । ପ୍ରଥମ ସ୍ୱନକ୍ଷତ୍ରରେ ଥିଲେ କାବୁ ଦାସ । ଏଥର ମଞ୍ଚରେ ଉପସ୍ଥିତ ଥିଲେ ହେମନ୍ତ ମହାନ୍ତି ।

ସମସ୍ତ ଅତିଥି ଗଣତନ୍ତ୍ର ଗଣମାଧ୍ୟମର ଭୂମିକା ସମ୍ପର୍କରେ ମତ ରଖିଥିଲେ । କ’ଣ ହବା କଥା, କ’ଣ ହେଉଛି ସେ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ । ବଡ଼ ଖବରର ଯାତ୍ରା ସର୍ମ୍ପକରେ ମଧ୍ୟ ନିଜର ଅନୁଭୂତି ବାଣ୍ଟିଥିଲେ । ଏହି ଅବସରରେ ବଡ଼ ଖବର ଲାଇଭ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ ହୋଇଥିଲେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର । ଏହା ସହ ବଡ଼ ଖବର ବିପଦ ସମୟରେ ବଡ଼ ଖବର ହାତ ଛାଡି ନଥିବା ବଡ଼ ଖବର ପରିବାର ସଦସ୍ୟମାନଙ୍କ ମଧ୍ୟ ବିପଦର ବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ