ଶପଥ ନେଲେ ପଶ୍ଚିମବଙ୍ଗର କ୍ୟାବିନେଟ ମନ୍ତ୍ରୀ

କୋଲକାତା(ବଡ଼ ଖବର ବ୍ୟୁରୋ): ଶପଥ ନେଲେ ପଶ୍ଚିମବଙ୍ଗର କ୍ୟାବିନେଟ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ୧୯ଜଣ ରାଜ୍ୟମନ୍ତ୍ରୀଙ୍କ ସମେତ ୪୩ଜଣ ବିଧାୟକ ଶପଥ କରିଛନ୍ତି । କୋଲକତା ରାଜଭବନରେ ରାଜ୍ୟପାଳ ଜଗଦୀପ ଧନଖଡ଼ ସମସ୍ତଙ୍କୁ ଶପଥପାଠ କରାଇଥିଲେ । ତେବେ ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ଅମିତ ମିତ୍ର ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଶପଥ ଗ୍ରହଣ କରିଥିବା ବେଳେ ସୁବ୍ରତ ମୁଖାର୍ଜୀ, ପାର୍ଥ ଚାଟାର୍ଜୀ, ଫିରାଦ ହକିମ୍, ଜ୍ୟୋତିପ୍ରିୟ ମଲ୍ଲିକ, ମଳୟ ଘାତକ, ଅରୂପ ବିଶ୍ବାସ, ଡକ୍ଟର ଶଶୀ ପଞ୍ଜା ଏବଂ ଜାଭେଦ ଅହମଦ ଖାଁଙ୍କ ଭଳି ବରିଷ୍ଠ ବିଧାୟକମାନେ ରାଜଭବନ ପରିସରରେ ଶପଥ ପାଠ କରିଛନ୍ତି ।

ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ ପ୍ରଥମ କ୍ୟାବିନେଟ ବୈଠକ କରିବେ। କ୍ରମାଗତ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମମତା ବାନାର୍ଜୀ ମେ ୫ ତାରିଖ ଦିନ ଶପଥ ପାଠ କରିଥିଲେ। ତେବେ ନିର୍ବାଚନରେ ତୃଣମୂଳ କଂଗ୍ରେସ ୨୯୨ ଆସନରୁ ୨୧୩ଟି ଆସନରେ ବିଜୟୀ ହୋଇଥିଲା । କିନ୍ତୁ, ସ୍ବୟଂ ମମତା ବାନାର୍ଜୀ ନନ୍ଦୀଗ୍ରାମ ବିଧାନସଭା ଆସନ‌ରୁ ପ୍ରତିଦ୍ୱନ୍ଦିତା କରି ପରାସ୍ତ ‌ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ