Masthead

ପ୍ରିଣ୍ଟରୁ ଟେଲିଭିଜନ ସବୁଠି ଛାଡ଼ିଛନ୍ତି ଛାପ, ବିସ୍ମୟ ବାଳକଙ୍କୁ କରିଥିଲେ ଆବିଷ୍କାର

ଭୁବନେଶ୍ୱର (ବଡ଼ ଖବର): ବଡ଼ ଖବର ‘ପୁନର୍ଜନ୍ମ’ ଉତ୍ସବରେ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ ହେଲେ ସାମ୍ବାଦିକତାର ସ୍ୱତନ୍ତ୍ର ଛାପଛାଡ଼ିଥିବା ବରିଷ୍ଠ ସାମ୍ବାଦିକ ତଥା ସମ୍ପାଦକ ଶ୍ରୀଯୁକ୍ତ ସମ୍ପଦ ମହାପାତ୍ର । ଏହି କାର୍ଯ୍ୟକ୍ରମରେ ଅତିଥି ଥିବା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ସ୍ୱାଭିମାନୀ ଓଡ଼ିଆ ହେମନ୍ତ ମହାନ୍ତି ଓ ବଡ଼ ଖବରର ସମ୍ପାଦକ ଅଦେ୍ର୍ଧନ୍ଦୁ ଦାସ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ଉଭୟ ପ୍ରିଣ୍ଟରୁ ଟେଲିଭିଜନ ସବୁକ୍ଷେତ୍ରରେ ସମ୍ପଦ ମହାପାତ୍ରଙ୍କ ସଫଳତା ଖୁବ ଜାଜୁଲ୍ୟମାନ । ସମ୍ବାଦର ସମ୍ପାଦକ ହେଉ କି ଏନଡିଟିଭିର ବ୍ୟୁରୋ ମୁଖ୍ୟ । ଏହାପରେ ଅନ୍ୟାନ୍ୟ ଖବରକାଗଜ ଓ ବିଭିନ୍ନ ସଂସ୍ଥାରେ ନିଜର ପରାକାଷ୍ଠା ପଦର୍ଶନ ।

ମୂଲ୍ୟବୋଧଭିତ୍ତିକ ସାମ୍ବାଦିକତା କ୍ଷେତ୍ରରେ ସେ ସବୁବେଳେ ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି । ବିସ୍ମୟ ବାଳକ ବୁଦ୍ଧିଆ ସିଂଙ୍କ ପ୍ରତିଭାକୁ ସାମ୍ବାଦିକ ଭାବରେ ସମ୍ପଦ ମହାପାତ୍ର ହିଁ ପ୍ରଥମେ ଆବିଷ୍କାର କରିଥିଲେ । ପରେ ବୁଦ୍ଧିଆଙ୍କ ପ୍ରତିଭାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା । ଦୀର୍ଘ ୪ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାର ସାମ୍ବାଦିକତା କ୍ଷେତ୍ରରେ ସେ ସଫଳତାର ସହ କାର୍ଯ୍ୟ ତୁଲାଉଛନ୍ତି । ଓଡ଼ିଶାର ସମାଜିକ, ଅର୍ଥନୀତି ଓ ରାଜନୀତିର ଅନେକ ଇତିହାସର ସେ ଜଣେ ନିରପେକ୍ଷ ସାକ୍ଷୀ । ଅନେକ ଉତ୍ଥାନପତନ ସେ ଦେଖିଛନ୍ତି । ଏଇ ବୟସରେ ବି ସେ ଥକିପଡ଼ି ନାହାନ୍ତି । ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ କେମିତି ଠିକ୍ ବାଟରେ ଯିବ ସେଥିପାଇଁ ନିଜର କଲମ ଚଲାଉଛନ୍ତି । ସେଭଳି ଜଣେ ପ୍ରତିଭାକୁ ‘ବଡ଼ ଖବର’ ତାର ‘ପୁନର୍ଜନ୍ମ’ ଉତ୍ସବରେ ‘ଲାଇଫ ଟାଇମ ଆଚିଭମେଣ୍ଟ’ ଆୱାର୍ଡ ୨୦୨୩ରେ ସମ୍ମାନିତ କରି ଆନନ୍ଦିତ ଅନୁଭବ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି