Masthead

ଝିଅର ଚିକିତ୍ସା ପାଇଁ ବାପାର ଆକୁଳ ନିବେଦନ

ମୁଁ ଭଲ ହେଇଗଲେ ସ୍କୁଲ ଯିବି

ରାୟଗଡା(ବଡ଼ ଖବର ବ୍ୟୁରୋ): ଝିଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ,ବାପା କରୁଛି ଆକୁଳ ନିବେଦନ । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଆଗୁଳ ପଞ୍ଚାୟତ ଡୁମ୍ବାଲୁ ଗାଁର ପୁରନ୍ଦର ଶ୍ରୀବାଡିକାଙ୍କ ବଡ ଝିଅ ସାନ୍ତୋନି । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାରୁ ଦୀର୍ଘଦିନ ଧରି କାନ ଯନ୍ତ୍ରଣାରେ ଛଟପଟ ହେଉଛି ସାନ୍ତୋନି। ଅନେକ ଚିକିତ୍ସା ପରେ ଝିଅ ଆରୋଗ୍ୟ ନହେବାରୁ ସ୍ଥାନୀୟ ଡାକ୍ତର କଟକ କିମ୍ବା ଭୁବନେଶ୍ୱର ଯାଇ ଶଲ୍ୟ ବିଶେଷଜ୍ଞଙ୍କୁ ଦେଖାଇବାକୁ ପରାମର୍ଶ ଦେଇଥିଲେ।ପୁରନ୍ଦରର ଅଭାବୀ ସଂସାରରେ ଝିଅକୁ ମିଶାଇ ଛଅ ପ୍ରାଣୀ କୁଟୁମ୍ବ।ରୋଜଗାରିଆ କହିଲେ ସେ ନିଜେ । ନିଜର ଅଳ୍ପ ଜମିରେ ଖଟିବା ସହ ପରଘରେ ମୂଲ ଲାଗି ପରିବାର ପୋସେ ।

 

ବଡ଼ ଆଶା ନେଇ ଝିଅକୁ ଅମ୍ବାଦଳା ସେବାଶ୍ରମରେ ପାଠ ପଢ଼ାଇବା ପାଇଁ ନାଁ ଲେଖେଇଥିଲା। ସ୍କୁଲରେ ପଢିବା ସମୟରେ ତା କାନ ପଛ ପଟେ ଗୋଟେ ଘା’ ହେବାସହ କାନ ଭିତରୁ ପୁଜ ବାହାରିବାରେ ଲାଗିଲା। ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରାଥମିକ ଚିକିତ୍ସା କରାଇଥିଲେ ମଧ୍ୟ ଭଲ ନହେବାରୁ ଘରକୁ ପଠାଇଦେଲେ। ଗରିବ ବାପା ପୁରନ୍ଦର ଉପରେ ଆଉ ଦୁଇଟି ଶିଶୁ ପୁତ୍ର ଓ କନ୍ୟାର ଦାୟିତ୍ୱ। ଝିଅର ଅବସ୍ଥା ଖରାପ ଦେଖି ପୁରନ୍ଦର ସାନ୍ତୋନିକୁ ନେଇ ମୁନିଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖାଇବାରୁ ସେମାନେ ବେସରକାରୀ ବିଷମକଟକ ଖ୍ରୀଷ୍ଟିୟାନ ହସ୍ପିଟାଲରେ ଦେଖାଇବାକୁ କହିଥିଲେ। ଘରେ ଥିବା ଛେଳିକୁ ବିକି ଓ ଧାର ଉଧାର କରି ଝିଅର ଆରୋଗ୍ୟ ପାଇଁ ଖ୍ରୀଷ୍ଟିୟାନ ହସ୍ପିଟାଲରେ ଚିକିତ୍ସା କରିଥିଲା। କିଛିଦିନ ପରେ ଘା’ ଶୁଖିଗଲା। ଦୁଇଚାରି ମାସ ପରେ ପୁଣି ସେହି ସ୍ଥାନରେ ଘା’ ଆରମ୍ଭ ହେଲା। ବଡ଼ କଷ୍ଟରେ ଧାନ ବିକି କିଛି ଟଙ୍କା ଧରି ପୁରନ୍ଦର ବିଷମକଟକ ଯାଇ ଡାକ୍ତରଙ୍କୁ ଦେଖାଇବାରୁ ସେମାନେ ଉନ୍ନତ ଚିକିତ୍ସା ପାଇଁ ବଡ଼ ହସ୍ପିଟାଲ କଟକ,ଭୁବନେଶ୍ୱର ଯିବାକୁ କହିଥିଲେ।

 

ତିନି ବର୍ଷ ବିତିଗଲାଣି ୟା’ମଧ୍ୟରେ ସାନ୍ତୋନିକୁ ୧୦ ବର୍ଷ ହୋଇ ଗଲାଣି। ଘା’ ଶୁଖିବାର ନାଁ ନେଉନାହିଁ।ବାପା ପୁରନ୍ଦର ପାଖରେ ଅର୍ଥ ବି ନାହିଁ।ଭଗବାନ ଭରଷାରେ ଥିବା ଏହି ଗରିବ ପରିବାର ଆଜି ପ୍ରଶାସନର ସହାୟତା ପାଇଁ ଆକୁଳ ନିବେଦନ କରୁଛି। ତା’ର ବିଶ୍ବାସ ଅଛି ଯଦି ତା’ ଝିଅକୁ ଭଲ ହସ୍ପିଟାଲରେ ଚିକିତ୍ସା କରା ହୁଅନ୍ତା ତେବେ ସେ ଅନେକ ଯନ୍ତ୍ରଣାରୁ ମୁକ୍ତି ପାଆନ୍ତା।ଛୋଟ ବୟସରେ ଆଜି ତା’ମୁହଁରେ ହସ ପରିବର୍ତ୍ତେ ଯନ୍ତ୍ରଣାର ଚିହ୍ନ।ଆଖିରେ ଆଖିଏ ଲୁହ ନେଇ ଥରଥର କୁନି ଓଠରେ ସେ କହୁଥିଲା ମୁଁ ଭଲ ହୋଇଗଲେ ସ୍କୁଲ ଯିବି,ମୋତେ ଭଲ କରିଦିଅ ଆଜ୍ଞା। ଡୁମ୍ବାଲୁ ଗ୍ରାମର ସମସ୍ତ ଗ୍ରାମବାସୀ ଏଇ କୁନି ଝିଅର ଆରୋଗ୍ୟ ପାଇଁ ତା’ବାପା ପୁରନ୍ଦର ସହିତ ମିଶି ଜିଲ୍ଲା ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ