Masthead

ପୋଲିସ ବାବୁଙ୍କ ମହନୀୟତା

ହାଇଦ୍ରାବାଦ(ବଡ଼ ଖବର ବ୍ୟୁରୋ): ପୋଲିସକୁ ନେଇ ସାଧାରଣରେ ଭଲ ଭାବନା ନଥାଏ । ମାତ୍ର ଏମିତି ପୋଲିସ କର୍ମଚାରୀ ଅଛନ୍ତି, ସେମାନଙ୍କ ମାନବିକତା ଓ କର୍ତ୍ତବ୍ୟନିଷ୍ଠା ଅନ୍ୟମାନଙ୍କ ପାଇଁ ଉଦାହରଣ ନିଶ୍ଚୟ । ଏଭଳି ଜଣେ ପୋଲିସ କର୍ମଚାରୀ ହେଉଛନ୍ତି ମହେଶ କୁମାର । ହାଇଦ୍ରାବାଦ ପୋଲିସ ବିଭାଗରେ କନେଷ୍ଟବଲ ଭାବେ କାର୍ଯ୍ୟ କରନ୍ତି ମହେଶ କୁମାର । କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ହାଇଦ୍ରାବାଦରେ ଜାରି ହୋଇଛି ରାତ୍ରିକାଳୀନ କର୍ଫ୍ୟୁ । ସହଯୋଗୀଙ୍କ ସହ ମହେଶ ରାତ୍ରି ପାଟ୍ରୋଲିଂ କରୁଥିବା ବେଳେ ହଠାତ୍ ଫୁଟପାଥ ଉପରେ ତାଙ୍କର ନଜର ପଡିଗଲା ଜଣେ ବୃଦ୍ଧ ୨ଶିଶୁଙ୍କ ସହ ବସିଥିବା ମହେଶ ଦେଖିଲେ । ଦୁଇ ଛୁଆ ଭୋକରେ ଆଉଟୁ ପାଉଟୁ ହେଉଥିବା ମହେଶ ଜାଣିପାରିଲେ ।

ରାତ୍ରି ଭୋଜନ ପାଇଁ ଘରୁ ଆଣିଥିବା ଖାଦ୍ୟ ମହେଶ ବଢାଇଦେଲେ ଦୁଇ ଶିଶୁଙ୍କୁ । ସେତିକି ଖାଦ୍ୟରେ ଦୁଇ ଶିଶୁଙ୍କ ପେଟ ପୂରିଲା କି ନାହିଁ, ଅଲଗା କଥା କିନ୍ତୁ ଦୁଇ ଛୁଆଙ୍କ ମୁହଁର ହସ ମହେଶଙ୍କ ପାଇଁ ଆଉ ରାତିରେ ଖାଇବା ପାଇଁ ଆବଶ୍ୟକ ପଡିଲା ନାହିଁ । ମହେଶଙ୍କ ଏଭଳି ମାନବିକତା ହାଇଦ୍ରବାଦ ପୋଲିସର ଗର୍ବ ବଢାଇଦେଇଛି । ବରିଷ୍ଠ ପୋଲିସ ଅଧିକାରମାନେ ମହେଶଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ଖାଲି ବରିଷ୍ଠ ପୋଲିସ ଅଧିକାରୀମାନେ ନୁହଁନ୍ତି, ଏବେ ଚାରିଆଡୁ ମହେଶଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!