Masthead

ବରିଷ୍ଠ ସାମ୍ବାଦିକଙ୍କ ବିୟୋଗ

ବରଗଡ(ବଡ଼ ଖବର ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କ ଅକାଳ ବିୟୋଗ ହୋଇଛି । ଆଜି ଦିନ ୧୨ଟା ସମୟରେ ସମ୍ବଲପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କୁ ୬୪ ବର୍ଷ ହୋଇଥିଲା । ଶେଷ ସମୟରେ ସ୍ତ୍ରୀ ଓ ଦୁଇ ଝିଅ ତାଙ୍କ ପାଖରେ ଥିଲେ । ସ୍ୱର୍ଗତ ମିଶ୍ରଙ୍କ ବିୟୋଗରେ ବରଗଡ଼ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଏସୋସିଏସନ (ଜାଵ) ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।

ଦୈନିକ ଆଶା ଖବର କାଗଜରୁ ନିଜର ସାମ୍ବାଦିକତା ଆରମ୍ଭ କରିଥିବା ଶ୍ରୀ ମିଶ୍ର ଦୀର୍ଘ ଚାଳିଶ ବର୍ଷ କାଳ ସାମ୍ବାଦିକତା ସହ ଜଡିତ ଥିଲେ । ସାମ୍ବାଦିକ ସଂଘ ମାଧ୍ୟମରେ ସାମ୍ବାଦିକମାନଙ୍କୁ ଏକ ଜୁଟ କରି ସେମାନଙ୍କ ବିଭୀନ୍ନ ସମସ୍ୟା ବିରୋଧରେ ଆଜୀବନ ଲଢେଇ ଜାରି ରଖିଥିଲେ । ଶ୍ରୀ ମିଶ୍ର ସଂପ୍ରସାରିତ ବଲାଙ୍ଗିର ସାମ୍ବାଦିକ ସଂଘର ପ୍ରଥମ ସଂପାଦକ ଭାବେ ଦାଇତ୍ୱ ତୁଳାଇବା ପରେ, ବଲାଙ୍ଗିର ସାମ୍ବାଦିକ ସଂଘର ସଭାପତି ଭାବେ ବଲାଙ୍ଗିରରେ ସାଂବାଦିକ ଭବନ ନିର୍ମାଣରେ ତାଙ୍କର ଅଗ୍ରଣି ଭୂମୀକା ରହିଥିଲା । ବଲାଙ୍ଗିର ସଂଘରୁ ରାଜ୍ୟକୁ ମନୋନୀତ ହୋଇ ଓଡିଶା ସାମ୍ବାଦିକ ସଂଘର ଉପ ସଭାପତି, ପରେ ପରେ ସଭାପତି ଭାବେ ଦାଇତ୍ୱ ତୁଲାଇଥିଲେ । ସେହିପରି ଓଡିଶା ସାମ୍ବାଦିକ ସଂଘରୁ ମନୋନିତ ହୋଇ ରାଷ୍ଟ୍ରୀୟ ସାମ୍ବାଦିକ ସଂଘର ଉପ ସଭାପତି ଭାବେ ଦାଇତ୍ୱ ତୁଳାଇ ବଲାଙ୍ଗିର ମାଟି ପାଇଁ ଗୌରବ ଆଣି ଦେଇଥିଲେ । ତାଙ୍କର ବିୟୋଗରେ ସାମ୍ବାଦିକତା ଜଗତରେ ଶୋକର ଛାୟା ଖେଳିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଆଜି ବାଜିବ ଯୁଦ୍ଧ ସାଇରନ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଆଜି ବାଜିବ ଯୁଦ୍ଧ ସାଇରନ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ