Masthead

ପରୀ ହତ୍ୟା ମାମଲା, ହତ୍ୟାକାରୀକୁ ୨୦ ବର୍ଷ ଜେଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣାରେ ଆସିଛି ଚୂଡାନ୍ତ ରାୟ । ପରୀ ହତ୍ୟାକାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ନୟାଗଡ଼ ଚିଲ୍ଡ୍ରେନ୍ କୋର୍ଟ ଏହି ମାମଲାରେ ରାୟ ଶୁଣାଇଛନ୍ତି । ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୬ ହଜାର ଟଙ୍କା ଜରିମାନା ଦେବେ ହତ୍ୟାକାରୀ । ଦଣ୍ଡାଦେଶ ନେଇ ସରକାରୀ ଓକିଲ ଚିତ୍ତରଂଜନ କାନୁନଗୋଙ୍କ ମନ୍ତବ୍ୟ ଦେଇଛନ୍ତି ।

କହିଛନ୍ତି ତଦନ୍ତରେ ଅନେକ ସାଇଣ୍ଟିଫିକ୍‌ ଏଭିଡେନ୍ସ ଦାଖଲ କରାଯାଇଥିଲା ଆଇନ ଅନୁସାରେ ଦୋଷୀକୁ ଦଣ୍ଡଦେବା ସମସ୍ତଙ୍କ ଉଦ୍ଦେଶ୍ୟ ଥିଲା । ଏନେଇ କୋର୍ଟରେ ସମସ୍ତ ପ୍ରକାର ପ୍ରମାଣ, ଯୁକ୍ତି ଉପସ୍ଥାପନ ହୋଇଥିଲା । ଦୋଷୀ ନାବାଳକ ହୋଇଥିବାରୁ ତାକୁ ୨୦ ବର୍ଷ ଜେଲ୍‌ ହେଲା । ଦୋଷୀ ସାବାଳକ ହୋଇଥିଲେ ତାକୁ ସର୍ବାଧିକ ଦଣ୍ଡ ଫାଶି ମିଳିଥାନ୍ତା ।

ଏବେ ସେ ୨୧ ବର୍ଷ ପର୍ଯ୍ୟନ୍ତ ବାଳ ସୁଧାର ଗୃହରେ ରହିବ । ୨୦୨୦ ମସିହା ଜୁଲାଇ ୧୪ରେ ଘର ଅଗଣାରୁ ୫ ବର୍ଷର ଝିଅ ପରୀ ନିଖୋଜ ହୋଇଯାଇଥିଲା । ନିଖୋଜ ହେବାର ୧୦ ଦିନ ପରେ ଘର ନିକଟସ୍ଥ ପୋଖରୀରୁ ଏକ ବସ୍ତା ଭିତରୁ ପରୀର ଦେହାବଶେଷ ଉଦ୍ଧାର କରାଯାଇଥିଲା । କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଭାର ନେଇଥିଲା । ଏପରିକି ଏହି ଘଟଣା ପାଇଁ ଏସଆଇଟି ମଧ୍ୟ ଗଠନ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା