Masthead

ଛୁଟିଲା ‘ବଡ଼ ଖବର’କୁ ସହଯୋଗର ସୁଅ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୪ ଘଣ୍ଟିଆ ସ୍ୟାଟେଲାଇଟ ନ୍ୟୁଜ ଚ୍ୟାନେଲ ‘ବଡ଼ ଖବର’ ମିଡିଆ ଜଗତରେ ଏକ ଆନ୍ଦୋଳନ । ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ମହାନ । ଲୋକପ୍ରିୟ ଟିଭି ଚ୍ୟାନେଲର କର୍ମକର୍ତ୍ତାମାନେ ସାଧାରଣ ଲୋକଙ୍କ ପାଇଁ ଯାହା ଚିନ୍ତା କରି ନଥିଲେ, ‘ବଡ଼ ଖବର’ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଘୋଷଣା କରି ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି । ତାଙ୍କ ଯୁଗାନ୍ତକାରୀ ପଦକ୍ଷେପ ମିଡିଆ ଜଗତରେ ଆଲୋଡନ ସୃଷ୍ଟି କରିଛି ।

‘ବଡ଼ ଖବର’ର ବଡ଼ ଘୋଷଣା ଅନେକଙ୍କୁ ପ୍ରଭାବିତ କରିଛି । ଓଡ଼ିଶାର ସାମ୍ବାଦିକମାନଙ୍କ ସହାୟତା ପାଇଁ ‘ବଡ଼ ଖବର’ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ କରିଥିବା ବଡ଼ ଘୋଷଣାରେ ଅତ୍ୟନ୍ତ ଖୁସି ହୋଇ ଭଏସ ଅଫ ଭିକଟିମ ଚାରିଟେବଲ ଟ୍ରଷ୍ଟର ଅନରାରୀ ଆଡ଼ଭାଇଜର ତଥା ପିଏନବି ମେଟଲାଇଫ ଇନ୍ସୁରାନ୍ସ କମ୍ପାନୀ ଓଡ଼ିଶାର ରେଜିଓନାଲ ମ୍ୟାନେଜର ସୁବାସ କୁମାର ପଣ୍ଡା ‘ବଡ଼ ଖବର’ର ଜର୍ଣ୍ଣାଲିଷ୍ଟ ୱେଲଫେୟାର ଫଣ୍ଡକୁ ତିନି ହଜାର ଟଙ୍କା ଦାନ କରିଛନ୍ତି।

ପ୍ରକାଶ ଥାଉକି ଭଏସ ଅଫ ଭିକଟିମ ଏକ ଚାରିଟେବଲ ଟ୍ରଷ୍ଟ, ଯିଏକି ସମାଜରେ ନ୍ୟାୟ ପାଇବା ପାଇଁ ସଂଗ୍ରାମ କରୁଥିବା କିମ୍ବା ଠକେଇର ଶିକାର ହୋଇଥିବା ଲୋକମାନଙ୍କୁ ସହାୟତାର ହାତ ବଢ଼ାଇଥାଏ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା