Before Header

ଆପଣ ଜାଣନ୍ତି ଦୁର୍ଲଭ ନାଗାର୍ଜ୍ଜୁନ ବେଶର ମହତ୍ୱ କଣ? ପଢ଼ନ୍ତୁ ପୂରା ଖବର

0 190

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପଦ୍ମ ପୁରାଣ ଉତ୍ତର ଖଣ୍ଡର ବର୍ଣ୍ଣନା ଅନୁସାରେ କାର୍ତ୍ତିକ ମାସ ହେଉଛି ଭଗବତ ଆରାଧନା ଏବଂ ଉପାସନା ପାଇଁ ସର୍ବଶ୍ରେଷ୍ଠ ମାସ । ଶ୍ରୀମନ୍ଦିର ସହିିତ ଏହି ମାସର ବହୁ ଗୁରୁତ୍ୱ ରହିଛି । କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରକୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ, ବିଶେଷ କରି ହବିଷ୍ୟାଳୀମାନେ ରାଜ୍ୟର କୋଣଅନୁକୋଣରୁ ଛୁଟି ଆସିଥାନ୍ତି । କାର୍ତ୍ତିକ ମାସରେ ପ୍ରତିଦିନ ମହାପ୍ରଭୁୁଙ୍କର ରାଧା ଦାମୋଦର ବେଶ ହୋଇଥାଏ । ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ବିଶେଷ ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ ।

ତେବେ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ବିଭିନ୍ନ ଦିବସରେ ଶ୍ରୀଜୀଉମାନଙ୍କ ଭିନ୍ନ ଭିନ୍ନ ବେଶ ହୋଇଥାଏ । ଏକାଦଶୀରେ ଲକ୍ଷ୍ମୀନାରାୟଣ ବେଶ ହେଉଥିବା ବେଳେ ଦ୍ୱାଦଶୀରେ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଥାଏ । ସେହିପରି ତ୍ରୟୋଦଶୀରେ ତ୍ରିବିକ୍ରମ, ଚତୁର୍ଦ୍ଦଶୀରେ ଡାଳିକିଆ ବେଶ ଏବଂ ପୂର୍ଣ୍ଣମୀ ଦିନ ଶ୍ରୀଜୀଉ ରାଜବେଶ ବା ସୁନା ବେଶରେ ଦର୍ଶନ ଦେଇଥାନ୍ତି । ତେବେ ଯେଉଁ ବର୍ଷ କାର୍ତ୍ତିକ ପଂଚକ ପାଞ୍ଚ ଦିିନ ନହୋଇ ଛଅ ଦିନ ହୋଇଥାଏ, ଅର୍ଥାତ୍ ଗୋଟିଏ ମଳ ତିଥି ରହେ, ସେହି ମଳ ତିଥିରେ ଶ୍ରୀଜୀଉଙ୍କର ନାଗାର୍ଜୁନ ବେଶ ହୋଇଥାଏ । ଏହି ନାଗାର୍ଜୁନ ବେଶ ଶ୍ରୀଜଗନ୍ନାଥଙ୍କର ପାରମ୍ପରିିକ ବେଶ ନୁହେଁ, ଏହା ଏକ ସ୍ୱତନ୍ତ୍ର ବେଶ ହୋଇଥିବାରୁ, ପ୍ରତିିବର୍ଷ ଏହି ବେଶ ଅନୁଷ୍ଠିତ ହୋଇନଥାଏ ।

କେବେଠାରୁ ମହାପ୍ରଭୁଙ୍କର ଏହି ଦୁର୍ଲଭ ନାଗାର୍ଜୁୁନ ବେଶ ଶ୍ରୀମନ୍ଦିରରେ ପାଳିତ ହୋଇଆସୁଛି, ତାର କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ । ତେବେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଥିବା ପୁୁରାତନ ନଥିପତ୍ରରେ କେବଳ ୧୯୬୬ ମସିହାଠାରୁୁ ବେଶ ସମ୍ପର୍କୀତ ତଥ୍ୟ ରହିଛି । ଏଠାରୁ ମିଳିଥିବା ତଥ୍ୟ ଅନୁସାରେ ୧୯୬୬ ମସିହା ନଭେମ୍ବର ୨୬ ତାରିଖରେ ମଳ ତ୍ରୟୋଦଶୀ ତିିଥିରେ ଶ୍ରୀଜୀଉଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା । ଏହା ପର ବର୍ଷ ୧୯୬୭ ମସିହା ନଭେମ୍ବର ୧୬ ତାରିଖ ମଳ ଚତୁର୍ଦ୍ଦଶୀରେ ମଧ୍ୟ ହୋଇଥିଲା ଶ୍ରୀଜୀଉଙ୍କର ନାଗାର୍ଜୁନ ବେଶ । ପୁଣିଥରେ ପରବର୍ଷ, ଅର୍ଥାତ୍ ୧୯୬୮ ନଭେମ୍ବର ୩ ତାରିଖ ମଳ ତ୍ରୟୋଦଶୀ ତିଥିରେ ମଧ୍ୟ ଲଗାତାର ତୃତୀୟ ବର୍ଷ ପାଇଁ ମହାପ୍ରଭୁଙ୍କର ନାଗାର୍ଜୁନନ ବେଶ ଅନୁଷ୍ଠିତ ହୋଇଥିଲା । ଏହାର ୨୫ ବର୍ଷ ପରେ ୧୯୯୩ ମସିହା ନଭେମ୍ବର ୨୬ ତାରିଖ ମଳ ଦ୍ୱାଦଶୀରେ ପୁଣି ଅନୁଷ୍ଠିତ ହୋଇଥିଲା ନାଗାର୍ଜୁନ ବେଶ ।

ଏହାପର ବର୍ଷ ୧୯୯୪ରେ ମଧ୍ୟ ପୁଣିଥରେ ନାଗାର୍ଜୁନ ବେଶ ହୋଇଥିଲା । ୯୪ ମସିହା ନଭେମ୍ବର ୧୬ ତାରିଖ ମଳ ତ୍ରୟୋଦଶୀରେ ମହାପ୍ରଭୁ ପୁଣିଥରେ ଏହି ଦୁର୍ଲଭ ବେଶରେ ଦର୍ଶନ ଦେଇଥିଲେ । ଏହାର ୨୬ ବର୍ଷ ପରେ ପୁଣିଥରେ ଚଳିତ ବର୍ଷ ନାଗାର୍ଜୁନ ବେଶ ଅନୁଷ୍ଠିତ ହେଉଛି । ଏଥର ନଭେମ୍ବର ୨୭ ତାରିଖ ମଳ ଦ୍ୱାଦଶୀରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଏହି ଆକର୍ଷଣୀୟ ବେଶ ।
ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶ ଦେଖିବା ପାଇଁ ପ୍ରତିଥର ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥାଏ । କିନ୍ତୁ ଚଳିତ ବର୍ଷ ମହାପ୍ରଭୁଙ୍କର ଏହି ଦିବ୍ୟ ବେଶ ଦେଖିବାରୁ ବଞ୍ଚିତ ହେବେ ଭକ୍ତ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଦର୍ଶନ ଉପରେ ଲାଗିଛି କଟକଣା ।

Leave A Reply

Your email address will not be published.