ଛତିଶଗଡ଼(ବଡ଼ ଖବର ବ୍ୟୁରୋ): ବିବାଦୀୟ ମନ୍ତବ୍ୟ ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପିତା ଗିରଫ ହୋଇଛନ୍ତି । ବ୍ରାହ୍ମଣଙ୍କ ବିରୁଦ୍ଧରେ ହୋଇଥିବା ଅପମାନଜନକ ମନ୍ତବ୍ୟ ପାଇଁ ବାଗେଲଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ରାୟପୁର କୋର୍ଟରେ ବାଘେଲଙ୍କ ପିତା ନନ୍ଦ କୁମାର ବାଘେଲଙ୍କୁ ହାଜର କରାଯାଇଥିବାର ସୂଚନା ମିଳିଛି । ଅପରପକ୍ଷେ ପିତାଙ୍କର ଏପରି ମନ୍ତବ୍ୟ ଦେବା ଠିକ ନୁହେଁ ବୋଲି ସ୍ୱୟଂ ଭୂପେଶ ବାଘେଲ କହିଥିଲେ । ଏହା ସହ ଏହି ପ୍ରସଙ୍ଗରେ ଯାହାବି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେଥିରେ ତାଙ୍କର କିଛି ଆପତ୍ତି ନାହିଁ ବୋଲି କହିଥିଲେ ।