Masthead

ମୟୂରଭଞ୍ଜରେ ସୁଦାମ ମାର୍ଣ୍ଡି ବନାମ ନବଚରଣ ମାଝୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଲୋକସଭା ଓ ବିଧାନସଭା ନିର୍ବାଚନରେ ହେବ କଡ଼ା ଫାଇଟ । ବିଜେପି ସବୁ ଲୋକସଭା ଆସନରେ ପ୍ରାର୍ଥୀ ଦେଇସାରିଥିବା ବେଳେ ବିଜେଡି ୧୫ଟି ଆସନରେ ପ୍ରାର୍ଥୀ ଦେଇଛି । ଏମିତି କିଛି ଚର୍ଚ୍ଚିତ ଆସନ ଅଛି ଯେଉଁଠି ହେବ ହାଇଭୋଲଟେଜ ଫାଇଟ । ଏଥର ମୟୂରଭଞ୍ଜ ଆସନରେ ହେବ ଜୋରଦାର ଲଢେଇ । ଏହି ଲୋକସଭା ଆସନରୁ ମୁହାଁମୁହିଁ ହେବେ ବିଜେଡିରୁ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ବିଜେପିରୁ ବିଧାୟକ ନବ ଚରଣ ମାଝୀ। ଆଦିବାସୀ ଚେହେରା ଭାବେ ଉଭୟଙ୍କର ସମଗ୍ର ଜିଲ୍ଲାରେ ସୁନାମ ଓ ପ୍ରଭାବ ରହିଛି । ପୂର୍ବରୁ ଉଭୟ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଏକାଠି ରାଜନୀତି କରୁଥିଲେ ।

ପୁରୁଣା ସାଥୀ ଏଥର ଲୋକସଭା ଆସନରେ ସାମ୍ନାସାମ୍ନି ହେବେ । ୨୦୧୯ରେ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଚମକ୍ରାର ପ୍ରଦର୍ଶନ କରିଥିଲା ବିଜେପି । କିନ୍ତୁ ପଞ୍ଚାୟତ ଭୋଟରେ ବିଜୁ ଜନତା ଦଳ ବାଜି ମାରିଥିଲା । ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାମ କାଟି ନବଙ୍କୁ ପ୍ରାର୍ଥୀ କରିଛି ବିଜେପି । ସେହିଭଳି ବିଜେପିର ଲୋକସଭା କ୍ରେଜକୁ ରୋକିବାକୁ ବିଜେଡି ଜିଲ୍ଲାର ସବୁଠୁ ପ୍ରଭାବୀ ନେତା ସୁଦାମ ମାର୍ଣ୍ଡିଙ୍କୁ ଛାଡ଼ିଛି । ରାଇରଙ୍ଗପୁର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭାରତର ରାଷ୍ଟ୍ରପତି ଭଳି ଆସନ ପର୍ଯ୍ୟନ୍ତ ପହଞ୍ଚାଇଛି ବିଜେପି । ସେହି ରାଇରଙ୍ଗପୁରରୁ ଗତଥର ଜିତିଥିଲେ ନବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ