Masthead

ଲିଭିଛି ଜୁଇ ସୁଖିନି ଲୁହ

ବାଲେଶ୍ୱର  (ବଡ଼ ଖବର ବ୍ୟୁରୋ): ଜୁନ ୨ । ଜୁଲାଇ ୨ । ବ୍ୟବଧାନ ଗୋଟିଏ ମାସର । ସବୁ କିଛି ବ୍ୟବସ୍ଥିତ । ଟ୍ରାକରେ ଦୌଡ଼ୁଛି ଟ୍ରେନ୍ । ସବୁ ଦିନ ପରି ଗୋଟଏ ପରେ ଗୋଟିଏ ଗାଡ଼ି ଗଡ଼ି ଚାଲିଛି । ୟା ଭିତରେ କରମଣ୍ଡଳ ବି ଦୌଡ଼ିବା ଆରମ୍ଭ କରିସାରିଛି । କିନ୍ତୁ ଆଜି ବି ସେହି କରୁଣ ଚିତ୍ର, ଲୋମହର୍ଷଣକାରୀ ଦୃଶ୍ୟକୁ ଲୋକେ ଭୁଲି ନାହାନ୍ତି । ଯାହା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା ।  ବାହାନଗା ଟ୍ରେନ ଟ୍ରାଜେଡ଼ି  । ଲୌହଦାନବର ରକ୍ତର ଭୋଜିରେ ଲିଭିଗଲା ୨୯୩ ଯାତ୍ରୀଙ୍କ ଜୀବନ । ନିମିଷକ ମଧ୍ୟରେ ସବୁକିଛି ଛାରଖାର ହୋଇଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ଅନେକ ହରେଇ ସାରିଥିଲେ ନିଜ ଆତ୍ମୀୟ ସ୍ୱଜନଙ୍କୁ, ମନର ମଣିଷକୁ । ପ୍ରଚଣ୍ଡ ଶବ୍ଦରେ ଥରି ଉଠିଥିଲା ବାହାନଗା ବଜାର ଷ୍ଟେସନ । କାନ୍ଦ ବୋବାଳିରେ ଫାଟିପଡିଥିଲା ସମଗ୍ର ପରିବେଶ । ଅନେକ ଲକ୍ଷ୍ୟସ୍ଥଳରେ ପହଂଚିବା ପୂର୍ବରୁ ଲିଭିଯାଇଥିଲା ଜୀବନଦୀପ । ଲିଭିଯାଇଥିଲା ନବବିବାହିତାଙ୍କ ମଥାରୁ ସିନ୍ଦୂର । ରକ୍ତଭିଜା ରେଳ ଧାରଣାରୁ ମିଳିଥିବା ପ୍ରେମଚିଠି କହୁଥିଲା ଅନେକ ଅକୁହା କଥା । ବଗି ଭିତରେ ଶବ । ବାହାରେ ଶବ । ସବୁଠି ଖାଲି ଶବ ହିଁ ଶବ । ଜୀବନର ସୂର୍ଯ୍ୟାସ୍ତରେ ସାହାରା ଦୁର୍ଘଟଣାରେ ଲିଭିଗଲା । ମୃତ୍ୟୁସଂଖ୍ୟା ୨୯୩ ଛୁଇଁଯାଇଛି ସତ । ହେଲେ ଏବେ ବି ଅନେକ ପରିବାରଙ୍କୁ ମିଳିପାରିନି ସେମାନଙ୍କ ସମ୍ପକୀୟଙ୍କ ଠିକଣା । ବାହାନଗା ଟ୍ରେନ ଦୁର୍ଘଟଣାକୁ ମାସେ ପୂରିଛି । ଲିଭିଛି ଜୁଇ । ବର୍ଷାରେ ଧୋଇ ହୋଇଯାଇଛି ପାଉଁଶ । କିନ୍ତୁ ଆତ୍ମୀୟଙ୍କୁ ହରାଇଥିବା ଲୋକମାନଙ୍କ କରୁଣ ବିଳାପ ଏବେ ମଧ୍ୟ ରାତିର ନିର୍ଜନ ପ୍ରହରରେ ପ୍ରତିଧ୍ୱନି ସୃଷ୍ଟି କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ