Masthead

କରୋନା ଭାଙ୍ଗିଦେଲା ସୁଖ ସପନ

ରାଜକନିକା (ବଡ଼ ଖବର ବ୍ୟୁରୋ): ମାର୍ଚ୍ଚ ମାସଠାରୁ କରୋନା ସମଗ୍ର ଓଡ଼ିଶାକୁ କବଳିତ କରିଛି। ଏହି ମହାମାରୀରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ଲାଗି ସରକାର ବିଭିନ୍ନ କଟକଣା ଲାଗୁ କରିଛନ୍ତି । ଏମିତିକି ବିଭିନ୍ନ ପୂଜା ପର୍ବାଣ ପାଳନ ପାଇଁ ମଧ୍ୟ ଗାଇଡଲାଇନ ଜାରି କରିଛନ୍ତି। ଏହା ଭିତରେ ଲଘୁଚାପ, ବାତ୍ୟା ଓ ବନ୍ୟା ପରି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାବାସୀଙ୍କୁ ହତାଶ କରିଛି । ଏହାର ଭିତରେ ସବୁଠାରୁ ଅଧିକ କ୍ଷତିର ଶିକାର ହୋଇଛନ୍ତି ରାସ୍ତାକଡ଼ରେ ବିଭିନ୍ନ ବେପାର କରି ପରିବାର ପୋଷୁଥିବା ବ୍ୟବସାୟୀମାନେ । ଲକଡାଉନ, ସଟଡାଉନ ପରେ ସରକାର ବଜାର ଘାଟ ଖୋଲିବା ପାଇଁ ଅନୁମିତ ଦେବା ପରେ ଏହି ଉଠାଦୋକାନୀମାନେ ସବୁଠୁ ଅଧିକ ଖୁସି ହୋଇଥିଲେ । ଭାବିଥିଲେ ଦୀପାବଳିର ସରକାର କଟକଣା କୋହଳ କରିବେ, ଆଉ ଦୀପାବଳିରେ ବାଣ ବ୍ୟବସାୟ କରି ଦୁଇ ପଇସା ରୋଜଗାର କରିବେ । କିନ୍ତୁ ସେତକ ବି ହେଲାନି। ସରକାରଙ୍କର କୋଭିଡ୍ କଟକଣା ଦୀପାବଳିରେ ବି କଠୋର ହେଲା । ବାଣ ବେପାର ଉପରେ ରୋକ ଲାଗିଲା। ତେବେ ବାଣ ନହେଲା ନାହିଁ ଦୀପ, ମହମବତି ବିକି କିଛି ରୋଜଗାର କରିବାକୁ ଆଶା ବାନ୍ଧିଥିଲେ ବ୍ୟବସାୟୀ । ସେମାନେ ଧାର କରଜ କରି ଜିନିଷ କିଣିଲେ, ଦୋକାନ ବି ଦେଲେ, ହେଲେ ସେତକ ବିକ୍ରିହବା କାଠିକର ପାଠ ହେଇଛି। କରୋନା ଭୟରେ ଲୋକମାନେ ସେତକ ବି କିଣୁ ନାହାନ୍ତି। କେମିତି ପରିବାର ଚଳିବ ସେଇ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି ଏହି କ୍ଷୁଦ୍ର ବ୍ୟବସାୟୀମାନେ। ସତେ ଯେମିତି ସରକାରୀ କଟକଣା ବାଙ୍ଗି ଦେଇଛି ଏହି ବ୍ୟବସାୟୀମାନଙ୍କର ଆର୍ଥିକ ମେରୁଦଣ୍ଡ। ସଳଖୀ ଚାଲିବା ପାଇଁ ଆଉ ଶକ୍ତି ନ ଥିବା କହିଛନ୍ତି ଏମିତି କିଛି ବ୍ୟବସାୟୀ। ତେବେ କେବେ ସରକାର ଏହି କଟକଣାକୁ ହଟାଇବେ ତାକୁ ହିଁ ଅପେକ୍ଷା କରିଛନ୍ତି ଏହି ବ୍ୟବସାୟୀମାନେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!