‘ରତ୍ନଭଣ୍ଡାର ସରକାରୀ ସମ୍ପତ୍ତି ନୁହେଁ, ମହାପ୍ରଭୁଙ୍କ ସମ୍ପତ୍ତି ‘

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ । ରତ୍ନ ଭଣ୍ଡାର ନ ଖୋଲିବା ନେଇ ସନ୍ଦେହ ବଢୁଥିବା କହିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ରତ୍ନ ଭଣ୍ଡାର ଚାବି ହଜିବା, ରତ୍ନଭଣ୍ଡାର ସୁରକ୍ଷିତ ନଥିବା ନେଇ ଏଏସଆଇଙ୍କ ଚିଠି, ଗର୍ଭଗୃହରୁ ପାଣି ଗଳିବା ଏବଂ ମରାମତି ପାଇଁ କହିବା ପରେ ବି ସରକାର ନିରବ ରହିବା ସରକାରଙ୍କୁ କାଠ ଗଡାକୁ ଟାଣୁଛି ବୋଲି କହିଛନ୍ତି । ଗତବର୍ଷ ଭକ୍ତମାନେ ତିନି କୋଟି ଟଙ୍କାର ଅଳଙ୍କାର ଦାନ କରିଛନ୍ତି, ସେ ଅଳଙ୍କାର କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ବିଜୟ ମହାପାତ୍ର ।

ସେ ସବୁ ଅଳଙ୍କାର ଏଵେ କୋଉଠି ଅଛି ଏବଂ କେଉଁ କାର୍ଯ୍ୟରେ ଲାଗୁଛି ତାହା ମଧ୍ୟ ଜାଣିବାର ଆବଶ୍ୟକ ଅଛି ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସରକାର ରତ୍ନଭଣ୍ଡାର ନ ଖୋଲିବା ନେଇ ସନେ୍ଦହ ବଢୁଛି । ଆଇନମନ୍ତ୍ରୀ ରତ୍ନଭଣ୍ଡାର ଚାବି ହଜିଛି ନା ନାହିଁ ଜାଣି ନାହାନ୍ତି । ରାଜ୍ୟବାସୀ ଜାଣିଛନ୍ତି ଚାବି ହଜିଥିଲା, ପରେ ନକଲି ଚାବି ମିଳିଛି । ସରକାର କମିଶନ ଗଠନ କରିଛନ୍ତି, ମନ୍ତ୍ରୀ ଏଭଳି କେମିତି କହିଲେ । ରତ୍ନଭଣ୍ଡାର ସରକାରୀ ସମ୍ପତ୍ତି ନୁହେଁ, ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପତ୍ତି । ସେ କେଉଁ କାମରେ ଲାଗୁଛି ତାହା ଜାଣିବା ଲୋକଙ୍କ ଅଧିକାର । ତାରିଖ ଘୋଷଣା ନେଇ ସରକାରଙ୍କୁ ପରାମର୍ଶ ଦେଲେ ବିଜୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ