Masthead

କଂଗ୍ରେସରୁ ଇସ୍ତଫା ଦେଲେ ଯାଜପୁର କାର୍ଯ୍ୟକାରୀ ସଭାପତି

ଯାଜପୁର (ବଡ଼ ଖବର ବ୍ୟୁରୋ): ପ୍ରାର୍ଥୀ ଚୟନକୁ ବିରୋଧ । କଂଗ୍ରେସରୁ ଇସ୍ତଫା ଦେଲେ ଯାଜପୁର କଂଗ୍ରେସ କାର୍ଯ୍ୟକାରୀ ସଭାପତି । କାର୍ଯ୍ୟକାରୀ ସଭାପତି ବଳଭଦ୍ର ଦାସ । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ ସମସ୍ତ ଦଳୀୟ ପଦପଦବୀରୁ ଇସ୍ତଫା ଦେଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ଇସ୍ତଫା ପତ୍ରକୁ ରାଜ୍ୟ କଂଗ୍ରେସ ସଭାପତିଙ୍କ ଅବଗତି ନିମନ୍ତେ ପଠାଇଛନ୍ତି ।

ଦୀର୍ଘ ୧୫ବର୍ଷ ଧରି କଂଗ୍ରେସ ଦଳରେ କାର୍ଯ୍ୟ କରି ଶତ ପ୍ରତିଶତ ଦଳ ପାଇଁ କାର୍ଯ୍ୟ କରିଥିଲେ ମଧ୍ୟ ଦଳ ପାଇଁ ଅନାବଶ୍ୟକ ଓ ଅଦରକାରୀ ହୋଇ ପଡିଥିବାରୁ ଦଳର ଆସ୍ଥା ମୋ ଉପରେ ନ ରହିବାରୁ କଂଗ୍ରେସ ଦଳରୁ ଇସ୍ତଫା ଦେଲେ ବୋଲି ସୂଚନା ଦେଇଛନ୍ତି । କଂଗ୍ରେସ ଦଳରେ ଟିକେଟ ବିକ୍ରି କରାଯାଇ ବିକ୍ରି ଭିତ୍ତିକ ପ୍ରାର୍ଥୀଙ୍କୁ ଟିକେଟ ପ୍ରଦାନ କରାଯାଉଛି ଓ ରାଜ୍ୟ କଂଗ୍ରେସ ସଭାପତି ଏହି ଟିକେଟ ବିକ୍ରିରେ ସାମିଲ ଅଛନ୍ତି ବୋଲି ସେ ସନ୍ଦେହ କରୁଛନ୍ତି ବୋଲି ବଲଭଦ୍ର ପ୍ରକାଶ କରିଥିଲେ । ବଳଭଦ୍ରଙ୍କ ସହିତ କିଛି ଦଳୀୟ କର୍ମୀ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟ ସରକାରଙ୍କ ଚିନ୍ତା 🔴 କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍‌ 🔴 ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ, କମ୍ପିବ ଗୃହ 🔴 ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ 🔴 ସ୍କୁଲରେ ମାରପିଟ୍, ୩ଶିକ୍ଷକ ନିଲମ୍ବିତ 🔴 ୨୧ରେ ପୁଣି ଭାରତ ପାକିସ୍ତାନ ମୁକାବିଲା 🔴 ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ 🔴 ମାଆକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ 🔴 ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ! 🔴 ଦେବଭୂମିରେ ପୁଣି ଜଳପ୍ରଳୟ, ୧୩ ମୃତ 🔴 ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟ ସରକାରଙ୍କ ଚିନ୍ତା 🔴 କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍‌ 🔴 ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ, କମ୍ପିବ ଗୃହ 🔴 ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ 🔴 ସ୍କୁଲରେ ମାରପିଟ୍, ୩ଶିକ୍ଷକ ନିଲମ୍ବିତ 🔴 ୨୧ରେ ପୁଣି ଭାରତ ପାକିସ୍ତାନ ମୁକାବିଲା 🔴 ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ 🔴 ମାଆକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ 🔴 ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ! 🔴 ଦେବଭୂମିରେ ପୁଣି ଜଳପ୍ରଳୟ, ୧୩ ମୃତ