Masthead

ନୃଶଂସ ବାପ : ଝିଅକୁ ଜିଅନ୍ତା ପୋଡି ମାରିବାକୁ ଉଦ୍ୟମ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ଯିଏ ସନ୍ତାନର ଜନକ ହୋଇଥିଲା । ସିଏ ଜୀବନ ନେବାକୁ ବି କୁଣ୍ଠା ପ୍ରକାଶ କଲାନି । ଝିଅଟି ରାତିରେ ଶୋଇଥିବା ବେଳେ ତା’ ଉପରେ କିରୋସିନ ଢାଳିଲା ନୃଶଂସ ବାପ । ଆଉ ବିଳମ୍ବ ନ କରି ଦିଆସିଲ ମାରିବାରୁ ହୁତୁହୁତ ହୋଇ ଜଳିଲା ଝିଅ । ହେଲେ ଦଇବର ବିଚାର ଥିଲା ଭିନ୍ନ । ଝିଅର ନିଆଁ ର ତେଜ ସହିତ ଝିଅର ଚିତ୍କାର  ଶୁଣିଥିଲେ ପରିବାର ଲୋକେ । ଆଉ ବିଳମ୍ବ ନକରି ଅଧାପୋଡା ଅବସ୍ଥାରେ ଝିଅକୁ ପ୍ରଥମେ ପାଟଣାଗଡ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତରମାନେ ପ୍ରାଥମିକ ଚିକିତ୍ସା କରି ବଲାଙ୍ଗିର ଭୀମଭୋଇ ମେଡିକାଲକୁ ପଠାଇ ଦେଇଥିଲେ । ଏହି ଘଟଣାର ପ୍ରକୃତ କାରଣ ଜଣାପଡିନି । ବେଲପଡା ପୋଲିସ ଗୁରୁତର ଆହତ ଯୁବତୀଙ୍କୁ ମେଡିକାଲ ପଠାଇ ଘଟଣାର ତଦନ୍ତ କରୁଛି । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବେଲପଡାର ଡେବିରିପାଲି ଗାଁରେ । ଗତକାଲି ବିଳମ୍ବିତ ରାତିରେ ନୃଶଂସ ବାପ ଅରକ୍ଷିତ ନାଗ କିରୋସିନ ଢାଳି ଝିଅ ସୂର୍ଯ୍ୟକାନ୍ତିକୁ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିଲା । ପାରିବାରିକ କଳହକୁ ନେଇ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ