Masthead

ମୃତ୍ୟୁ ସନ୍ଦେହଜନକ: ହତ୍ୟା ଅଭିଯୋଗ ଆଣିଲେ ବାପା

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ): ୨ ବର୍ଷ ତଳେ ହୋଇଥିଲା ବାହାଘର । ଆଉ ରବିବାର ଜ୍ୱାଇଁଙ୍କ ଅନୁପସ୍ଥିତିରେ ହୋଇଥିଲା ଝିଅର ମୃତ୍ୟୁ । ମୃତ୍ୟୁର ଖବର ବାପଘରକୁ ଦିଆଯାଇ ନଥିଲା । ଯେଉଁଥି ଲାଗି ସନ୍ଦେହ ସୃଷ୍ଟି ହୋଇଥିଲା ବାପଘର ଲୋକଙ୍କ ମନରେ । ଝିଅକୁ ତା’ର ଶାଶୁ ଲତିକା ସ୍ୱାଇଁ ଓ ମଳାଶୁର ସୁକୁଟା ନାୟକ ଶ୍ୱାସରୁଦ୍ଧ କରି ମାରିଛନ୍ତି ବୋଲି ଥାନାରେ ଅଭିଯୋଗ କରିଛନ୍ତି ଝିଅର ବାପା । ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ପିମ୍ପଳମାଧବ ପଞ୍ଚାୟତ ଅରିଲୋ ଗାଁରେ । ଅରିଲୋ ଗାଁର ହାପି ସ୍ୱାଇଁଙ୍କ ସ୍ତ୍ରୀ ପ୍ରୀୟଦର୍ଶୀନିଙ୍କର ଗତକାଲି ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ୨ବର୍ଷ ତଳେ ଉଦୟ ନାୟକଙ୍କ ଝିଅ ଲାଲି(ପ୍ରିୟଦର୍ଶୀନି)ଙ୍କର ଅରିଲୋର ହାପିଙ୍କ ସହିତ ବିବାହ ହୋଇଥିଲା । ତାଙ୍କର ବର୍ଷକର ଶିଶୁପୁତ୍ର ଅଛି। ବିବାହ ପରେ ଅଧିକ ଯୌତୁକ ଲାଗି ଶାଶୁ ମଳାଶୁର ବାରମ୍ବାର ପ୍ରିୟଦର୍ଶୀନିଙ୍କୁ ନିର୍ଯାତନା ଦେଉଥିଲେ। ଏପରିକି ଝିଅର ମୃତ୍ୟୁ ସମ୍ପର୍କରେ ବାପଘରକୁ ଖବର ଦେଇନଥିଲେ। ପଡୋଶୀଙ୍କ ଠାରୁ ଉଦୟ ଖବର ପାଇ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲେ। ତିର୍ତ୍ତୋଲ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି । ଅନ୍ୟପକ୍ଷରେ ରଶି ଲଗାଇ ପ୍ରିୟଦର୍ଶୀନି ଆତ୍ମହତ୍ୟା କରିଛି ବୋଲି ଶାଶୁଘର ପକ୍ଷରୁ କୁହାଯାଇଛି। ପୋଲିସ ଅନୁସନ୍ଧାନ ଜାରି ରଖିଛି। ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡବିଧାନ ପାଇଁ ବାପଘର ପକ୍ଷରୁ ଦାବି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି