Masthead

ଆଇପିଏଲରେ ଧୋନିଙ୍କ ପାଇଁ କର ବା ମର ସ୍ଥିତି ; ସାମ୍ନାରେ ଏହି ଦଳ

ଦୁବାଇ, (ବଡ଼ ଖବର ବ୍ୟୁରୋ) : ଆଜି ଆଇପିଏଲର ତ୍ରୟୋଦଶ ସିଜିନର ୨୯ତମ ମ୍ୟାଚରେ ମୁହାଁମୁହିଁ ହେବେ ୱାର୍ଣ୍ଣରଙ୍କ ନେତୃତ୍ୱାଧୀନ ସନ ରାଇଜର୍ସ ହାଇଦ୍ରାବାଦ ଓ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ୍ । ଚେନ୍ନାଇ ସାତଟି ମ୍ୟାଚରୁ ମାତ୍ର ଦୁଇଟି ବିଜୟ ସହ ପଏଣ୍ଟେ ଟେବୁଲର ସପ୍ତମ ସ୍ଥାନରେ ରହିଛି । ଆଜିର ମ୍ୟାଚ ଚେନ୍ନାଇ ପାଇଁ କର ବା ମର ସ୍ଥିତିରେ ପହଁଞ୍ଚିଛି । ଚେନ୍ନାଇ ପଏଣ୍ଟେ ଟେବୁଲରେ ଟପ ଚାରି ମଧ୍ୟରେ ରହିବାକୁ ହେଲେ ଆଗକୁ ଖେଳିବାକୁ ଥିବା ସମସ୍ତ ମ୍ୟାଚକୁ ଜିତିବାକୁ ପଡିବ । ଏପର୍ଯ୍ୟନ୍ତ ଚେନ୍ନାଇ ଖେଳିଥିବା ୭ଟି ମ୍ୟାଚରେ ତା’ର ମଧ୍ୟକ୍ରମର ବ୍ୟାଟ୍ସମ୍ୟାନଙ୍କ ବିଫଳତା ପାଇଁ ପରାଜୟ ବରଣ କରୁଛି । ଆଜିର ମ୍ୟାଚରେ ଦଳ କି ପ୍ରକାର ରଣନୀତି ନେଇ ପଡିଆକୁ ଓହ୍ଲାଉଛି ତାହା ଦେଖିବାର ବିଷୟ ।
ଅପରପକ୍ଷରେ ହାଇଦ୍ରାବାଦ ସାତଟି ମ୍ୟାଚରୁ ତିନୋଟି ବିଜୟ ସହ ପଏଣ୍ଟେ ଟେବୁଲର ପଞ୍ଚମ ସ୍ଥାନରେ ଅଛି । ଆଜି ହାଇଦ୍ରାବାଦ ମଧ୍ୟ ଏହି ମ୍ୟାଚକୁ ଜିତି ପଏଣ୍ଟେ ଟେବୁଲର ଟପ ଚାରି ଦଳ ମଧ୍ୟରେ ନିଜର ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ । ଆଇପିଏଲ ଇତିହାସରେ ଉଭୟ ଦଳ ୧୩ ଥର ସାମ୍ନାସାମ୍ନି ହୋଇଥିବା ବେଳେ ଚେନ୍ନାଇ ୯ଟି ମ୍ୟାଚରେ ବିଜୟ ହୋଇଛି ଏବଂ ହାଇଦ୍ରାବାଦ ୪ଟି ମ୍ୟାଚରେ ବିଜୟ ଲାଭ କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ