Masthead

ବଇରି ସାଜିଲେ ଡାକ୍ତର

ବାଲିଗୁଡ଼ା (ବଡ଼ ଖବର ବ୍ୟୁରୋ): କନ୍ଧମାଳ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତେଜନା। ଶତାଧିକ ଲୋକଙ୍କ ମେଡିକାଲରେ ଭିଡ଼। ଚିକିତ୍ସାରେ ତ୍ରୁଟି ଏବଂ ଭୁଲ ଇଞ୍ଜେକ୍ସନ ପାଇଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ। ଯାହାକୁ ବିରୋଧ କରି ରାସ୍ତାରୋକ କରିଛନ୍ତି ଲୋକମାନେ। ଡାକ୍ତର ପ୍ରତିଶୋଧ ପରାୟଣ ହୋଇ ଇଞ୍ଜେକ୍ସନ ଦେବା ଫଳରେ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର । ପ୍ରତିବାଦରେ ଜାତୀୟ ରାଜପଥ ୫୯ ନମ୍ୱର ରାସ୍ତାରୋକ।

ମୃତକ ପରିବାର ଉପଯୁକ୍ତ କ୍ଷତି ପୂରଣ ଦାବି ଓ ଡାକ୍ତରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ବସିଛନ୍ତି ଜନସାଧାରଣ। ଉପଯୁକ୍ତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବାଲିଗୁଡ଼ା ଅଞ୍ଚଳର ଜନସାଧାରଣ ପ୍ରକାଶ କରିଛନ୍ତି। ଘଟଣାସ୍ଥଳରେ ବାଲିଗୁଡ଼ା ଉପଖଣ୍ଡ ଅଧିକାରୀ ମନୋଜ ପୂଜାରି, ଓ ବାଲିଗୁଡ଼ା ତହସିଲଦାର ଶଶାଙ୍କ ପାତ୍ର ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି।

ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ନଗର ସାଧାରଣ ସମ୍ପାଦକ ରମା ନନ୍ଦ ଘଡ଼େଇ, ଆଦିକନ୍ଦ ପଟ୍ଟନାୟକ, ସୁରେଶ୍ କୁମାର ପତି, ପାର୍ଥବ କହଁର, ଶୁଭାଶିଷ ମିଶ୍ର, ବହୁ ଅଞ୍ଚଳବାସୀଙ୍କ ଜନସାଧାରଣ ଦ୍ଵାରା ରାସ୍ତାରୋକ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଣି ଉଠାଇବା ବେଳେ ଅଘଟଣ, ପୁଅକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ବାପା 🔴 ସେବାୟତ ବିବାଦ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ 🔴 ସୋମବାର ଠାରୁ ବର୍ଷା ପରିମାଣ ବଢିବ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ 🔴 ପାଣି ଉଠାଇବା ବେଳେ ଅଘଟଣ, ପୁଅକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ବାପା 🔴 ସେବାୟତ ବିବାଦ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ 🔴 ସୋମବାର ଠାରୁ ବର୍ଷା ପରିମାଣ ବଢିବ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ