Masthead

ଇସ୍ତଫା ଦେଲେ ବାଲାସାହେବ ଥୋରାତ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ ): ମହାରାଷ୍ଟ୍ର କଂଗ୍ରେସକୁ ବଡ ଝଟକା । ଦଳର ସମସ୍ତ ପଦରୁ ଇସ୍ତଫା ଦେଲେ ବିଧାୟକଦଳର ନେତା ବାଲାସାହେବ ଥୋରାତ । ମହାରାଷ୍ଟ୍ର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଏବେର କଂଗ୍ରେସ ବିଧାୟକ ଦଳର ନେତା ବାଲାସାହେବ ଥୋରାତ ଆଜି ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ବାଲାସାହେବ ଥୋରାତ ସ୍ପଷ୍ଟ ଭାବେ ଦଳର ରାଜ୍ୟ ଅଧ୍ୟକ୍ଷ ନାନା ପଟୋଲେଙ୍କ ସହ କାମ କରିବାକୁ ମନା କରିଦେଇଛନ୍ତି । ଥୋରାତଙ୍କ ଇସ୍ତଫା ପରେ ଏବେ ମହାରାଷ୍ଟ୍ର କଂଗ୍ରେସର ଦଳୀୟ କନ୍ଦଳ ଚରମସୀମାରେ ପହଂଚିଛି । କିଛି କଂଗ୍ରେସ ନେତା ନାନା ପଟୋଲେଙ୍କ ବିରୋଧରେ ସ୍ୱର ଉଠାଇଛନ୍ତି ।

ଏହା ପୂର୍ବରୁ ବାଲାସାହେବ ଥୋରାତ ଦଳର ହାଇକମାଣ୍ଡଙ୍କୁ ଚିଠି ଲେଖି ନାନା ପଟୋଲେଙ୍କ ବିରୋଧରେ ଅଭିଯୋଗ କରିଥିଲେ । ସେ ତାଙ୍କ ଚିଠିରେ ଲେଖିଥିଲେ, ଏବେ ଦଳ ଭିତରେ ନାନା ପଟୋଲେଙ୍କ ସହ କାମ କରିବା କଷ୍ଟକର ହୋଇପଡିଛି । ମହାରାଷ୍ଟ୍ର ଏମଏଲସି ନିର୍ବାଚନ ସମୟରୁ ଏହି ବିବାଦ ଦେଖିବାକୁ ମିଳିଥିଲା । ବାଲାସାହେବ ଥୋରାତଙ୍କ ଭିଣୋଇ ତଥା ନାସିକର ପୂର୍ବତନ ଏମଏଲସି ସୁଧୀର ତାମ୍ବେ କଂଗ୍ରେସ ତରଫରୁ ପ୍ରାର୍ଥୀ ହେବାକୁ ମନା କରିଥିଲେ ଓ ତାଙ୍କ ପୁଅକୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢାଇଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା