ସିରିଜ ପୂର୍ବରୁ ଅଷ୍ଟ୍ରେଲିଆକୁ ଝଟକା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଫେବୃଆରୀ ୯ରୁ ନାଗପୁର ଗ୍ରାଉଣ୍ଡରେ ଆରମ୍ଭ ହେବକୁ ଯାଉଛି । ସିରିଜ ଆରମ୍ଭ ହେବାର ଠିକ ପୂର୍ବରୁ ଆଜି କଙ୍ଗାରୁ ଦଳର ଷ୍ଟାର କ୍ରିକେଟର ତଥା ପୂର୍ବତନ ଅଧିନାୟକ ଆରୋନ ଫିଞ୍ଚ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଆରୋନ ଫିଞ୍ଚଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ୨୦୨୧ରେ ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱକପ ଜିତିଥିଲା। ଏଥି ସହିତ ୨୦୧୫ ବିଶ୍ୱକପ ବିଜୟରେ ଆରୋନ ଫିଞ୍ଚଙ୍କ ଭୁମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲ ।

ଫିଞ୍ଚ ତାଙ୍କ ଅବସର ସମ୍ପର୍କରେ ଏକ ବିବୃତ୍ତିରେ କହିଛନ୍ତି ଯେ ମୁଁ ଅନୁଭବ କରିଛି ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପରେ ମୁଁ ଖେଳି ପାରିବି ନାହିଁ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଅବସର ନେବା ପାଇଁ ମୋର ଉପଯୁକ୍ତ ସମୟ । ତେଣୁ ଦଳ ଆଗକୁ ବଢିପାରିବ। ରଣନୀତି ଉପରେ କାର୍ଯ୍ୟ କରିବାବେଳେ ଅନ୍ୟ ଖେଳାଳୀ ପ୍ରସ୍ତୁତ କରିପାରିବ ।ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ଏହି ସୁଯୋଗ ନେଇ ଅଷ୍ଟ୍ରେଲୀୟ ଖେଳାଳି, ମୋ ଦଳ, ପରିବାର ଏବଂ ପତ୍ନୀଙ୍କୁ ଧନ୍ୟବାଦ ଜଣାଉଛି । ଯେଉଁମାନେ ମୋତେ ସବୁବେଳେ ସମର୍ଥନ କରିଛନ୍ତି। ଏଥି ସହିତ ମୁଁ ପ୍ରଶଂସକମାନଙ୍କୁ ମଧ୍ୟ ହୃଦୟର ଅନ୍ତରରୁ ଧନ୍ୟବାଦ ଜଣାଉଛି। ୨୦୨୧ ଟି -୨୦ ବିଶ୍ୱକପ ଏବଂ ୨୦୧୫ ଦିନିକିଆ ବିଶ୍ୱକପ ଜିତିବା ମୋ କ୍ୟାରିୟରର ସର୍ବୋତ୍ତମ ସ୍ମୃତି ହେବ । ସେ ୫ଟି ଟେଷ୍ଟ, ୧୪୬ ଦିନକିଆ , ୧୦୩ ଟି-୨୦ ମ୍ୟାଚ ଖେଳିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’