Masthead

ଦାମବାବୁ ପାଳିଲେ ଜନ୍ମଦିନ

ତିର୍ତ୍ତୋଲ(ବଡ଼ ଖବର ବ୍ୟୁରୋ): ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ୭୯ତମ ଜନ୍ମଜୟନ୍ତୀ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି । ଏରସମା ଡାକବଙ୍ଗଳା ପରିସରରେ ଶୁଭେଚ୍ଛୁମାନଙ୍କ ସହ ଦାମବାବୁ ୭୯ତମ ଜନ୍ମଜୟନ୍ତୀ ଉପଲକ୍ଷେ ଜନ୍ମଦିନର କେକ୍ କାଟି ଜନ୍ମଦିନ ପାଳିଥିଲେ । ଏରସମା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ରାଜା ନିରଞ୍ଜନ ଦାସ ସଭାପତିତ୍ୱ କରିଥିଲେ । ଶ୍ରମିକ ନେତା ଆଡଭୋକେଟ ଜୟନ୍ତ ବିଶ୍ୱାଳ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏରସମାଶ୍ରୀ ଡାକ୍ତର ରାଉତଙ୍କୁ ଯୁଗପୁରୁଷ ବୋଲି ବର୍ଣ୍ଣନା କରି ସ୍ମୃତି ଚାରଣ କରିଥିଲେ । ଏହି ଅବସରେ ଡାକ୍ତର ରାଉତଙ୍କୁ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଅଙ୍ଗବସ୍ତ୍ର, ଉପଢୌକନ, ମୁକୁଟ ଆଦି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଦାମବାବୁଙ୍କ ଅନବଦ୍ୟ କୃତିକୁ ନେଇ ଆଞ୍ଚଳିକ ପୂଜ୍ୟପୂଜା ସଂସଦ ପକ୍ଷରୁ ଯଯାତି କେଶରୀ ସାମନ୍ତରାୟଙ୍କ ସମ୍ପାଦନାରେ ସ୍ମରଣୀକା ‘ଅଭିନନ୍ଦନିକା’କୁ ଉନ୍ମୋଚନ କରାଯାଇଥିଲା । ଏହି ସମାରୋହରେ ସାହିତ୍ୟ ସାରଥୀ କବି କୈଳାସ ଚନ୍ଦ୍ର ସ୍ୱାଇଁ, ପଣ୍ଡିତ ନାଗୁ ଦେବତା, ସାମ୍ବାଦିକ ପ୍ରଶାନ୍ତ ମହାପାତ୍ର ଓ ଚନ୍ଦ୍ରଜୀତ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ଦାମବାବୁଙ୍କୁ ଜଣେ କାଳଜୟୀ ନେତାଭାବେ ଅଭିହିତ କରିଥିଲେ । ଜନ୍ମଜୟନ୍ତୀ ଅବସରରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୦ ବର୍ଷର ସୁଶାସନ, ପ୍ରବାଦ ପୁରୁଷ ବିଜୁବାବୁ ଓଡ଼ିଶାବାସୀଙ୍କ ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଏବେ କାର୍ୟ୍ୟକାରୀ ହେଉଛି । ଲୋକମାନେ ଏକାଠି ହୋଇ ଅନ୍ୟାୟ, ଅନିତି, ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତୁ ଏବଂ ଓଡ଼ିଶାର ବିକାଶ ସାଙ୍ଗକୁ ଏରସମାର ବିକାଶରେ ଭାଗିଦାରୀ ହେବାକୁ ଆହ୍ୱାନ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ