Masthead

ରାସ୍ତା ପାଲଟିଛି ମରଣଯନ୍ତା

ବାଲିଆପାଳ, (ବଡ଼ ଖବର ବ୍ୟୁରୋ): ସରକାର ଜନସାଧାରଣଙ୍କ ମୌଳିକ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ରାସ୍ତା ଭଳି ଅନେକ ପ୍ରକଳ୍ପ ତିଆରି ହେଉଛି । କିନ୍ତୁ ଏମିତି ଗାଁ ଅଛି ଯେଉଁଠି ରାସ୍ତାର ଅବସ୍ଥା ଅତି ଶୋଚନୀୟ । ଲୋକେ କୁହନ୍ତି ଯମ ମଧ୍ୟ ଗ୍ରାମକୁ ପ୍ରବେଶ କରିବାକୁ ଡ଼ରୁଛି । ଦୀର୍ଘଦିନ ଧରି ମରାମତି ହେଉନଥିବାରୁ ରାସ୍ତା ଏବେ ମରଣଯନ୍ତା ପାଲଟିଛି ।

ବାଲିଆପାଳ ବ୍ଲକ୍ ଦେଉଳା ପଞ୍ଚାୟତର ବାସୁଦେବପୁର । ଏହି ଗାଁ ରାସ୍ତା ଦୀର୍ଘଦିନ ହେବ ମରାମତି ହୋଇନାହିଁ । ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତା ଅବସ୍ଥା ଅତି ଖରାପ ହୋଇପଡିଛି। ଅସରାଏ ବର୍ଷାରେ ରାସ୍ତା କାଦୁଅ ପଚପଚ । ଗମନାଗମନରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗାଁ ଲୋକେ । ଗ୍ରାମର ଏହା ମୁଖ୍ୟରାସ୍ତା । ରାସ୍ତା ମରାମତି ପାଇଁ ଗ୍ରାମବାସୀ ବହୁବାର ସରପଞ୍ଚ ଓ ବ୍ଲକ ପ୍ରଶାସନକୁ ଲିଖିତ ଅଭିଯୋଗ କରିଛନ୍ତି । ମାତ୍ର ପ୍ରଶାସନ ଶୁଣୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ରାସ୍ତା ମରାମତି କରାନଗଲେ ଗ୍ରାମବାସୀ ଆନ୍ଦୋଳନକୁ ଉହ୍ଲାଇବାକୁ ଧମକ ଦେଇଛନ୍ତି। ଏହି ଗାଁ ରାସ୍ତା କେବେ ମରାମତି ହେଉଛି ‘ବଡ଼ ଖବର’ ନଜର ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା