Masthead

ସତରେ କ’ଣ ସମ୍ବଲପୁରୀ ଭାଷା ପାଇଁ ମନୋଜ ବ୍ୟାନ ହୋଇଥିଲେ?

ନରସିଂହ ଯାହା କହୁଛନ୍ତି କ’ଣ ସତ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କାହିଁକି ରାଗିଥିଲେ ନରସିଂହ? ମନୋଜଙ୍କ ବ୍ୟାନ ପଛର ଅସଲ କାରଣ କ’ଣ? ବ୍ୟାନ ପଛର କ’ଣ କାରଣ ନରସିଂହଙ୍କୁ ଜଣାଇଥିଲେ ମନୋଜ? ସମସ୍ତେ ଜାଣିଛନ୍ତି ରାମ ସିନେମାକୁ ନେଇ ଉପରି ସ୍ଥିତି ଉପୁଜିଛି । ପ୍ରଯୋଜକ ସଂଘ ବି ସମାନ କଥା କହିଛି । ମନୋଜ ମିଶ୍ର ବି ଗଣମାଧ୍ୟମରେ ସମାନ କଥା କହିଛନ୍ତି ସୋସିଆଲ ମିଡିଆରେ ସମାନ ପୋଷ୍ଟ କରିଛନ୍ତି । କିନ୍ତୁ ଅଚାନକ ନରସିଂହ ମିଶ୍ର ବଡ଼ ଖବରରେ ଏକ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇଛନ୍ତି । ଯେତେବେଳେ ତାଙ୍କୁ ପ୍ରଶ୍ନ ହୋଇଛି ଆପଣ ଓଡ଼ିଶା ଭାଗ ଭାଗ କଥା କାହିଁକି ଉଠାଇଲେ ସେତେବେଳେ ସେ କହିଛନ୍ତି ସମ୍ବଲପୁରୀ ଭାଷାରେ ମାଇଣ୍ଡଗେମ୍ ଡବିଂ ହୋଇଛି ସେହି କତା ଉପକୂଳ ପ୍ରଯୋଜକ ମାନଙ୍କୁ ବାଧିଛି । ଆମେ ଯେତେବେଳେ ପ୍ରଶ୍ନ କଲୁ କାରଣ ସେଇଆ ତ ନୁହେଁ । ସେତେବେଳେ ନରସିଂହଙ୍କ ଉତ୍ତର ହେଲା ଏକଥା ନିଜେ ମନୋଜ ମିଶ୍ର ତାଙ୍କୁ ଜଣାଇଛନ୍ତି ।

ବାସ୍ତବରେ କ’ଣ ମନୋଜ ମିଶ୍ରଙ୍କୁ ଭାଷା ଡବିଂ ପାଇଁ ବ୍ୟାନ କରାଯାଇଛି । ଏକଥା ତ କେହି କହୁନାହାନ୍ତି ତାହେଲେ ଏ ପ୍ରସଙ୍ଗ ଆସିଲା କେଉଁଠୁ । ଏହା ପଶ୍ଚିମ-ପୂର୍ବ ଲଢେଇର ଏକ ଆଧାର ତିଆରି କରୁନାହିଁ କି? ଯଦି ସତରେ ମନୋଜଙ୍କୁ ଏହି କାରଣ କୌଣସି ପ୍ରଯୋଜକ ଜଣାଇଛନ୍ତି, ମନୋଜ ତ ସବୁ ଖୁଲାସା କରୁଛନ୍ତି ତାହାଲେ ଏ କଥା ସାର୍ବଜନୀନ କରୁ ନାହାନ୍ତି କାହିଁକି । ଯଦି ଏହି କଥା ଘଟିଛି ତାହେଲେ ସେ କେବଳ ନରସିଂହଙ୍କୁ କହୁଛନ୍ତି ସମସ୍ତଙ୍କୁ ଜଣାଉନାହାନ୍ତି କାହିଁକି । ଏହା ଆଉ ଏକ ବଡ଼ ପ୍ରଶ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର 🔴 ଆଜିଠୁ ଜମିବ ଐତିହାସିକ ବାଲିଯାତ୍ରା 🔴 ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭୋରରୁ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର 🔴 ଆଜିଠୁ ଜମିବ ଐତିହାସିକ ବାଲିଯାତ୍ରା 🔴 ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭୋରରୁ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ