Masthead

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗଣଧାରଣା

ବାଲିପାଟଣା(ବଡ଼ ଖବର ବ୍ୟୁରୋ): ସାଧାରଣ ଜନସଧାରଣଙ୍କ ପକ୍ଷରୁ ବାଲିପାଟଣା ଗୋଷ୍ଠୀସ୍ଵାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ବିଭନ୍ନ ଦାବି ନେଇ ଗଣଧାରଣା ଦିଆଯାଇଥିଲା । ପ୍ରସୂତୀ ରୋଗୀଙ୍କୁ ସବୁବେଳେ ଭୁବନେଶ୍ୱର ସ୍ଥାନାନ୍ତରିତ ନ କରାଯାଇ ଏହିଠାରେ ଚିକିତ୍ସା ଯୋଗାଇଦେବା, ଡାକ୍ତରଖାନା ପରିସର ସର୍ଵଦା ସଫା ରଖିବା, ରୋଗୀ କଲ୍ୟାଣ ସମିତି ପାଣ୍ଠିର ସଦୁପଯୋଗ କରିବା,ଡାକ୍ତରଖାନା ପରିସରରେ ୨୪ ଘଣ୍ଟିଆ ମେଡ଼ିସିନ ଷ୍ଟୋର ଖୋଲାରଖିବ, ଶିଶୁ ବିଭାଗ ଓ ଅସ୍ଥିଶଲ୍ୟ ବିଭାଗର ଡାକ୍ତର ପଦବୀ ପୂରଣ କରିବା ନିମନ୍ତେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବାଲିପାଟଣା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମନୋରଞ୍ଜନ ହାତୀଙ୍କୁ ଏକ ଦାବିପତ୍ର ଦେଇଥିଲେ । ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ ସ୍ଥାନୀୟ ବିଧାୟକ ଡ଼ଃ ଅରବିନ୍ଦ ଢ଼ାଲିଙ୍କୁ ଦିଆଯାଇଛି । ଏହି କାର୍ୟ୍ୟକ୍ରମରେ ବୁଦ୍ଧିନାଥ ବାରିକ, ଆରତ ଭୋଇ ,ୱାର୍ଡମେମ୍ବର ସତ୍ୟପ୍ରିୟ ସେଠୀ, ପ୍ରତିମା ଭୋଇ, ୱାର୍ଡମେମ୍ବର ରଶ୍ମିପ୍ରିୟା ଲେଙ୍କା, କାଜଲ ବେହେରାଙ୍କ ସମେତ ୧୭ ଗୋଟି ପଞ୍ଚାୟତର ଶତାଧିକ ଜନସାଧାରଣ ଧାରଣାରେ ବସିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ