Masthead

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗଣଧାରଣା

ବାଲିପାଟଣା(ବଡ଼ ଖବର ବ୍ୟୁରୋ): ସାଧାରଣ ଜନସଧାରଣଙ୍କ ପକ୍ଷରୁ ବାଲିପାଟଣା ଗୋଷ୍ଠୀସ୍ଵାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ବିଭନ୍ନ ଦାବି ନେଇ ଗଣଧାରଣା ଦିଆଯାଇଥିଲା । ପ୍ରସୂତୀ ରୋଗୀଙ୍କୁ ସବୁବେଳେ ଭୁବନେଶ୍ୱର ସ୍ଥାନାନ୍ତରିତ ନ କରାଯାଇ ଏହିଠାରେ ଚିକିତ୍ସା ଯୋଗାଇଦେବା, ଡାକ୍ତରଖାନା ପରିସର ସର୍ଵଦା ସଫା ରଖିବା, ରୋଗୀ କଲ୍ୟାଣ ସମିତି ପାଣ୍ଠିର ସଦୁପଯୋଗ କରିବା,ଡାକ୍ତରଖାନା ପରିସରରେ ୨୪ ଘଣ୍ଟିଆ ମେଡ଼ିସିନ ଷ୍ଟୋର ଖୋଲାରଖିବ, ଶିଶୁ ବିଭାଗ ଓ ଅସ୍ଥିଶଲ୍ୟ ବିଭାଗର ଡାକ୍ତର ପଦବୀ ପୂରଣ କରିବା ନିମନ୍ତେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବାଲିପାଟଣା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମନୋରଞ୍ଜନ ହାତୀଙ୍କୁ ଏକ ଦାବିପତ୍ର ଦେଇଥିଲେ । ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ ସ୍ଥାନୀୟ ବିଧାୟକ ଡ଼ଃ ଅରବିନ୍ଦ ଢ଼ାଲିଙ୍କୁ ଦିଆଯାଇଛି । ଏହି କାର୍ୟ୍ୟକ୍ରମରେ ବୁଦ୍ଧିନାଥ ବାରିକ, ଆରତ ଭୋଇ ,ୱାର୍ଡମେମ୍ବର ସତ୍ୟପ୍ରିୟ ସେଠୀ, ପ୍ରତିମା ଭୋଇ, ୱାର୍ଡମେମ୍ବର ରଶ୍ମିପ୍ରିୟା ଲେଙ୍କା, କାଜଲ ବେହେରାଙ୍କ ସମେତ ୧୭ ଗୋଟି ପଞ୍ଚାୟତର ଶତାଧିକ ଜନସାଧାରଣ ଧାରଣାରେ ବସିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି