Masthead

ଜେଲରୁ ମୁକୁଳିବେ ପୂର୍ବତନ ପ୍ରଧାନମନ୍ତ୍ରୀ ଖଲେଦା ଜିୟା, ରାଷ୍ଟ୍ରପତି ଶହାବୁଦ୍ଦିନ୍‌ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହିଂସାରେ ଜଳୁଛି ବାଂଲାଦେଶ । ସଂରକ୍ଷଣ ଦାବିକୁ ନେଇ ବାଂଲାଦେଶରେ ସ୍ଥିତି ଅଣାୟତ ହୋଇଥିଲା । ଫଳରେ ଦେଶର ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦେବାକୁ ପଡିଥିଲା । ବ୍ୟାପକ ହିଂସାକାଣ୍ଡ ଯୋଗୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶରୁ ପଳାୟନ କରିବା ପରେ ସ୍ଥିତି ଧୀରେ ଧୀରେ ଶାନ୍ତ ପଡୁଛି । ଆନ୍ଦୋନଳକାରୀମାନେ ସେମାନଙ୍କ ଘରକୁ ଫେରୁଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରମୁଖ ବିରୋଧୀ ଦଳ ବିଏନ୍ପିର ଅଧ୍ୟକ୍ଷା ଖଲେଦା ଜିୟାଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ରାଷ୍ଟ୍ରପତି ମହମ୍ମଦ ଶହାବୁଦ୍ଦିନ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ନୀତି ମାମଲାରେ ୭୮ ବର୍ଷୀୟା ଖଲେଦାଙ୍କୁ ଗିରଫ ପରେ ଜେଲ ପଠାଇ ଦିଆଯାଇଥିଲା ।

ଖଲେଦା ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ । ସେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି)ର ମୁଖ୍ୟ । ତାଙ୍କୁ ଭାରତ ବିରୋଧୀ ନେତା ବିବେଚନା କରାଯାଏ । ଏମିତି କି ଜେଲରୁ ମୁକୁଳିବା ପରେ ତାଙ୍କୁ ପୁନଃ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତି ମିଳିବା ନେଇ ଆଶା କରାଯାଉଛି । ସୋମବାର ରାଷ୍ଟ୍ରପତି ଶହାବୁଦ୍ଦିନ୍ ସେନା ମୁଖ୍ୟ ୱକାର-ଉଜ୍-ଜମାନ ଓ ଅନ୍ୟ ବିରୋଧୀ ଦଳ ନେତାଙ୍କ ସହ ବୈଠକ କରିଥିଲେ । ଖଲେଦା ଜିୟାଙ୍କୁ ଜେଲରୁ ମୁକ୍ତ କରିବା ନେଇ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା ।

ବେଗମ୍ ଖଲିଦା ଜିୟା ୧୯୯୧ ମାର୍ଚ୍ଚରୁ ୧୯୯୬ ମାର୍ଚ୍ଚ ଏବଂ ପୁନର୍ବାର ୨୦୦୧ ଜୁନ୍ରୁ ୨୦୦୬ ଅକ୍ଟୋବର ପର୍ଯ୍ୟନ୍ତ ବାଂଲାଦେଶର ପ୍ରଧାନମନ୍ତ୍ରୀ ରହିଥିଲେ । ଗିରଫ ପରେ ଦୀର୍ଘଦିନ ଧରି ଜେଲରେ ରହିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପାଇଁ ତାଙ୍କୁ ବିଦେଶ ନେଇଯିବାକୁ ପରିବାର ଲୋକ ଚାହୁଁଥିଲେ । କିନ୍ତୁ ଅନୁମତି ମିଳି ନ ଥିଲା । ତେବେ ଜେଲରୁ ବାହାରିବା ପରେ ଢାକାସ୍ଥିତ ବାସଭବନରେ ତାଙ୍କର ଚିକିତ୍ସା କରାଯିବ । ସେ ଦେଶ ବାହାରକୁ ଯାଇପାରିବେ ନାହିଁ । ସେହିଭଳି ଦେଶରେ ସ୍ଥିତି ସ୍ୱାଭାବିକ ହେଉଥିବାରୁ ଆଜି ଠାରୁ ସ୍କୁଲ ଓ କଲେଜ ଖୋଲିବା ଲାଗି ନିଷ୍ପତ୍ତି ହୋଇଛି । ପୂର୍ବରୁ ସୋମବାରରୁ ବୁଧବାର ସ୍କୁଲ ଓ କଲେଜ ବନ୍ଦ ପାଇଁ ଘୋଷଣା ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ