Masthead

NEET-UG ପେପର୍ ଲିକ୍ ମାମଲା: ଭୁବନେଶ୍ବରରୁ ଆଉ ଜଣେ ଗିରଫ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିଟ-ୟୁଜି ପେପର ଲିକ ମାମଲା ଭୁବନେଶ୍ଵରରୁ ଜଣେ ଗିରଫ। ସୁଶାନ୍ତ କୁମାର ସାମନ୍ତ ନାମକ ଯୁବକଙ୍କୁ ଗିରଫ କରି ପାଟନା କୋର୍ଟରେ ହାଜର କରିଥିଲା ସିବିଆଇ। କୋର୍ଟରେ ହାଜର ପରେ ସିବିଆଇ ସୁସାନ୍ତକୁ ୫ ଦିନିଆ ରିମାଣ୍ଡରେ ନେଇଛି। ନିଟ୍ ପ୍ରବେଶିକାର ପରୀକ୍ଷାର ପେପର ଯୋଗାଇବାରେ ସୁଶାନ୍ତର ହାତ ଥିବା କୁହାଯାଉଛି। ସୁଶାନ୍ତ କୁମାର ରାଉତ ନିଟ ପେପର ଲିକ୍ ମାମଲାର ମାଷ୍ଟରମାଇଣ୍ଡ ବୋଲି ଜତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଗିରଫ ପରେ ସୁଶାନ୍ତକୁ ପାଟନା କୋର୍ଟରେ ହାଜର କରାଯାଇଥିଲା। ମାଜିଷ୍ଟ୍ରେଟ ସୁଶାନ୍ତକୁ ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ। ସୁଶାନ୍ତକୁ ପଚରାଉଚରା ଲାଗି ୧୦ ଦିନିଆ ରିମାଣ୍ଡ ଦାବି କରିଥିଲା ସିବିଆଇ। ବର୍ତ୍ତମାନ ସିବିଆଇ ରିମାଣ୍ଡରେ ୫ ଅଭିଯୁକ୍ତ ଅଛନ୍ତି।

ତନାଘନା ଲାଗି ସିବିଆଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଅତ୍ୟାଧୁନିକ ଫୋରେନସିକ୍ ପ୍ରମାଣ ସଂଗ୍ରହ କରୁଛି। ନିଟ୍ ପେପର ଲିକ ମାମଲାରେ ବର୍ତ୍ତମାନ ସୁଦ୍ଧା ସିବିଆଇ ୪୨ ଜଣଙ୍କୁ ଗିରଫ କରିସାରିଲାଣି। ଓଡ଼ିଶାକୁ ଏହି ମାମଲାରେ ୪ ଜଣ ଗିରଫ ହୋଇଛନ୍ତି। ଏହା ପୂର୍ବରୁ ଗତ ୪ ଅଗଷ୍ଟରେ ସିବିଆଇ ସଲଭର ଗ୍ୟାଙ୍ଗର ଜଣେ ସଦସ୍ୟକୁ ଗିରଫ କରିଥିଲା। ସଲଭର ସନ୍ଦୀପ ରାଜସ୍ଥାନର ଭିଲୱାଡା ମେଡିକାଲ କଲେଜରେ ଏମବିବିଏସ କରୁଛି। ସଲଭରକୁ ଗିରଫ ପରେ ପାଟନା କୋର୍ଟରେ ହାଜର କରାଯାଇଥିଲା। ଏହାପରେ ସନ୍ଦୀପକୁ ମଧ୍ୟ ସିବିଆଇ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି