Masthead

ଆଜି ବାଂଲାଦେଶ ଭୋଟ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବ୍ୟାପକ ବିରୋଧ ଭିତରେ ଆଜି ବାଂଲାଦେଶରେ ଆରମ୍ଭ ହୋଇଛି ଭୋଟ୍‌ । ନିର୍ବାଚନକୁ ଆଗୁଆ ବୟକଟ୍‌ କରିଛି ପ୍ରମୁଖ ବିରୋଧୀ ବିଏନ୍‌ପି । ଗତକାଲି ୧୪ଟି ମତଦାନ କେନ୍ଦ୍ର ସହ ୨ଟି ସ୍କୁଲ ଜାଳିଥିଲେ ଆନ୍ଦୋଳନକାରୀ । ନିଆଁଲଗା ଘଟଣାରେ ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ବାଂଲାଦେଶ ସଂସଦର ୩୦୦ଟି ଆସନ ପାଇଁ ଭୋଟଗ୍ରହଣ ସକାଳ ୮ଟାରୁ ଆରମ୍ଭ ହୋଇ ଆପରାହ୍ନ ୪ଟାରେ ଶେଷ ହେବ ।

ଏହି ନିର୍ବାଚନରେ ୧୭ କୋଟିରୁ ଉର୍ଦ୍ଧ୍ୱ ଭୋଟର ପଞ୍ଜିକୃତ ହୋଇଛନ୍ତି । ଭୋଟ ଗ୍ରହଣ ଶେଷ ହେବା ପରେ ତୁରନ୍ତ ଭୋଟ ଗଣତି କରାଯିବ ଏବଂ ସୋମବାର ଶେଷ ସୁଦ୍ଧା ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କ ଆୱାମୀ ଲିଗ୍ ଦଳ ୪ର୍ଥ ଥର ପାଇଁ କ୍ଷମତା ହାସଲ କରିବାକୁ ଲକ୍ଷ ରଖିଛି । ତେବେ ନିର୍ବାଚନ ସମୟରେ କୌଣସି ପ୍ରକାର ହିଂସାକୁ ଏଡ଼ାଇବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଏଥିପାଇଁ ୮ ଲକ୍ଷରୁ ଉର୍ଦ୍ଧ୍ୱ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ସମ୍ବେଦନଶୀଳ ସ୍ଥାନରେ ସେନା ଜବାନ ମୁତୟନ ହୋଇଛନ୍ତି । ଏହି ସାଧାରଣ ନିର୍ବାଚନରେ ୨୭ଟି ରାଜନୈତିକ ଦଳର ୧୫୦୦ରୁ ଉର୍ଦ୍ଧ୍ୱ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ବେଳେ ସେମାନଙ୍କ ବ୍ୟତୀତ ୪୩୬ ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଅଛନ୍ତି । ଭାରତର ୩ ଜଣ ପର୍ଯ୍ୟବେକ୍ଷକଙ୍କ ସମେତ ୧୦୦ରୁ ଅଧିକ ବିଦେଶୀ ପର୍ଯ୍ୟବେକ୍ଷକ ନିର୍ବାଚନର ସୁରକ୍ଷା ଉପରେ କଡ଼ା ନଜର ରଖିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା