Masthead

ଝରାଫୁଲ ଡେଥ୍ ମିଷ୍ଟ୍ରି: ଆସିଲା ନୂଆ ତଥ୍ୟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଝରାଫୁଲ ଡେଥ୍ ମିଷ୍ଟ୍ରି । ଧିରେ ଧିରେ ଖୋଲୁଛି ଗୁମର । ଆଜି ଝରାଫୁଲଙ୍କ ବାପା ଓ ରାକେଶକୁ ସାମ୍ନାସାମ୍ନି ବସାଇ ପୋଲିସ ପଚରାଉଚରା କରିଛି । ଏଥିସହ ଅଧିକ ତଥ୍ୟ ଓଗାଳିବା ପାଇଁ ରାକେଶକୁ ଶବ ମିଳିଥିବା ସ୍ଥାନକୁ ନେଇ ସ୍କ୍ରିନ୍ ରି କ୍ରିଏସନ କରିଛି ପୋଲିସ । ଯାଜପୁର ଓ କମିଶନରେଟ ପୋଲିସ ରାକେଶ ନିକଟରୁ ବହୁ ତଥ୍ୟ ଓଗାଳିଛନ୍ତି । ଅନ୍ୟପଟେ ଭିସାରା ଟେଷ୍ଟ ପାଇଁ ପୋଲିସ ଝରାଫୁଲ ମୃତଦେହର ଅଂଶବିଶେଷକୁ ଭୁବନେଶ୍ୱର ଲାବରୋଟୋରୀକୁ ପଠାଇଛି ।

୨୬ ତାରିଖ ରାତିରେ ହୋଟେଲ ରୁମରେ କଣ ସବୁ ଘଟିଥିଲା ଏବଂ କଣ ରହିଛି ଝରାଫୁଲ ମୃତ୍ୟୁ ପଛର କାହାଣୀ ସେ ନେଇ ଫିଟିବ ଗୁମର । ଅନ୍ୟପଟେ ଝରାଫୁଲ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ପୋଲିସ ଗୋପନ ରଖିଛି । କୁଆଖିଆ ପୋଲିସ ରିମାଣ୍ଡରେ ନେଇ ବର୍ତ୍ତମାନ ପଚରାଉଚରା ଜାରି ରଖିଛି । ଯାଜପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟ ରାକେଶକୁ ୩ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ସେପଟେ ରାକେଶଙ୍କ ସାଙ୍ଗ ଶେଖର, ସିସିଟିଭିରେ ଥିବା ଗାଡି ଓ ମୋବାଇଲକୁୁ ବର୍ତ୍ତମାନ ସୁଦ୍ଧା କାହିଁକି ଜବତ କରିନି ପୋଲିସ ସେ ନେଇ ଅଭିଯୋଗ କରିଛନ୍ତି ଝରାଫୁଲଙ୍କ ବାପା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ