Masthead

ତାଲିବାନୀଙ୍କ ବର୍ବରତା

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନ ଦଖଲ ପରେ ତାଲିବାନ ଆତଙ୍କ ବଢିବାରେ ଲାଗିଛି । ସେପଟେ ଚିନ ତାଲିବାନକୁ ସାଥ୍ ଦେଇଛି । ସମଗ୍ର ବିଶ୍ୱ ତାଲିବାନର କ୍ରୁରତା ଦେଖିଆସୁଛି । ହେଲେ ତାଲିବାନ ବାରମ୍ବାର ନିଜର ଛବିକୁ ଭଲ କରିବା ପାଇଁ ବିଭିନ୍ନ ପଦକ୍ଷେପ ସବୁ ନେଉଛି । ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଆଫଗାନିସ୍ତାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଅମରୁଲ୍ଲା ସାଲେହଙ୍କ ବଡ ଭାଇ ରୋହୁଲ୍ଲା ସାଲେହଙ୍କୁ ଅତି ବର୍ବର ଭାବେ ହତ୍ୟା କରିଛନ୍ତି ତାଲିବାନୀ ।

ତାଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେବା ପରେ ପଂଜଶିର ଘାଟିରେ ହତ୍ୟା କରିଛନ୍ତି । ପ୍ରଥମେ ତାଙ୍କୁ ଇଲେକ୍ଟ୍ରି ତାରରେ ନିସ୍ତୁକ ମାଡ ମାରିବା ପରେ ତାଙ୍କ ଗଳା କାଟି ହତ୍ୟା କରାଯାଇଛି । ଏତିକିରେ ସରିଲାନି ତାଲିବାନୀଙ୍କ ନିଷ୍ଠୁରତା । ଯନ୍ତ୍ରଣାରେ ଛଟପଟ ହେଉଥିବା ରୋହୁଲ୍ଲା ସାଲେହଙ୍କ ଗଳା କାଟିବା ପରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ତାଙ୍କ ଉପରକୁ ବାରମ୍ବାର ଗୁଳି ଚଳାଇଥିଲେ ତାଲିବାନୀ । ତାଙ୍କ ଶରୀର ସଢିବା ଉଚିତ ବୋଲି ଜଣେ ତାଲିବାନୀ କହୁଥିବା ତାଙ୍କ ଭଣଜା ଇବଦୁଲ୍ଲା ରଏଟର୍ସ ଗଣମାଧ୍ୟମକୁ କହିଛନ୍ତି ।

ସୂଚନା ମୁତାବକ, ରୋହୁଲ୍ଲା ସାଲେହ ତାଲିବାନୀଙ୍କ ସହ ଯୁଦ୍ଧ କରିବା ସମୟରେ ତାଲିବାନୀଙ୍କ ହାତରେ ଧରା ପଡିଯାଇଥିଲେ । ସେ ଥିବା ସ୍ଥାନକୁ ଘେରାଉ କରି ତାଙ୍କୁ ବନ୍ଦି କରିନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼