Masthead

ପୁଣି ରକ୍ତ ରଞ୍ଜିତ ହେବ ଶୁଳିଆ ପୀଠ, ବଳି ପଡ଼ିବେ ହଜର ହଜାର ପଶୁପକ୍ଷୀ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୁଳିଆ ଯାତ୍ରାରେ ପୁଣି ପଡିବ ବଳି । ହଜାର ହଜାର ନିରୀହ ପଶୁ ପକ୍ଷୀଙ୍କ ବଳିରେ ରକ୍ତ ରଞ୍ଜିତ ହେବ ଶୁଳିଆ ପୀଠ । ପ୍ରଶାସନ ଓ ଶୁଳିଆ ଯାତ୍ରା କମିଟି ବୈଠକ ପରେ ଏହି ସୂଚନା ଦେଇଛି ଆୟୋଜକ କମିଟି । ହେଲେ ଯାତ୍ରା ବେଳେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ଉପରେ ପ୍ରଶାସନକୁ ଜଣା ଯାଇଛି । ସେପଟେ ଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ପାଳନ କରିବା ପାଇଁ ପଦକ୍ଷେପ ନିଆଯାଉ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏଥର ଶୁଳିଆ ଯାତ୍ରାରେ ପୁଣି ପଡିବ ବଳି । ରକ୍ତରଞ୍ଜିତ ହେବ ପ୍ରସିଦ୍ଧ ଖଇରଗୁଡାର ଶୁଲିଆ ପୀଠ ।

ବଳି ପଡିବେ ହଜାର ହଜାର ନୀରିହ ପଶୁ ପକ୍ଷୀ । ଆସନ୍ତା ୧୬ ତାରିଖରେ ଆଦିବାସୀ ରୀତିନୀତି ଓ ପରମ୍ପରା ଅନୁସାରେ ପୀଠରେ ବଳି ପଡ଼ିବା ନେଇ ଶୁଳିଆ ଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ହେଲେ ଧାର୍ମିକ ସ୍ଥଳରେ ବଳି ପ୍ରଥା ବାରଣ ନଥିବାରୁ ଆଦିବାସୀ ପରମ୍ପରା ହିସାବରେ ଯାତ୍ରା ପାଳନ କରାଯାଉଛି । ଏପରିକି ମାନସିକ ପୂରଣ ପାଇଁ ଶୁଳିଆ ବୁଢା ପାଖରେ ପଶୁପକ୍ଷୀ ଅର୍ପଣ କରିଥାନ୍ତି ଶ୍ରଦ୍ଧାଳୁ । ଚଳିତ ବର୍ଷ ଶୁଳିଆ ଯାତ୍ରା ପାଳନ ପାଇଁ ଶୁକ୍ରବାର ସନ୍ଧ୍ୟାରେ ବଲାଙ୍ଗିର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ବସିଥିଲା । ଜିଲ୍ଲା ପ୍ରଶାସନ ଓ ଶୁଲିଆ ଯାତ୍ରା କମିଟି ସହ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

ତେବେ ଶୁଳିଆ ଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଥିବାରୁ ଅନେକ ସମସ୍ୟା ଦେଖା ଦେଇଥାଏ । ଏବର୍ଷ ଯେମିତି ଏସବୁ ଅସୁବିଧା ନହେବ ସେନେଇ ଜିଲ୍ଲାପ୍ରଶାସନକୁ ଜଣାଇଛି ଶୁଳିଆ କମିଟି । ସେପଟେ ଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ପାଳନ କରିବା ପାଇଁ ପଦକ୍ଷେପ ନିଆଯାଉ ଥିବା କହିଛନ୍ତି ଉପଜିଲ୍ଲାପାଳ । ଆସନ୍ତା ୧୪ ରୁ ୧୬ ଯାଏ ତିନି ଦିନ ଧରି ଖଇରଗୁଡାରେ ପ୍ରସିଦ୍ଧ ଶୁଳିଆ ମହୋତ୍ସବ ଅନୁଷ୍ଠିତ ହେବ । ହେଲେ ୧୬ ତାରିଖରେ ପଶୁ ପକ୍ଷୀଙ୍କ ବଳିରେ ରକ୍ତ ରଞ୍ଜିତ ହୋଇ ଉଠିବ ଶୁଳିଆ ପୀଠ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା