Masthead

କାବୁଲ ଫେରିଲେ ବରାଦର

ବଡ଼ ଖବର ବ୍ୟୁରୋ: କାବୁଲ ଫେରିଲେ ବରାଦର । ତାଙ୍କ ସହ ଏକ ନୂଆ ବଡିଗାର୍ଡ ଆସିଥିବାର ଦେଖିବାକୁ ମିଳିଛି । କିଛିଦିନ ପୂର୍ବରୁ କାବୁଲ ଛାଡ଼ି ମୁଲ୍ଲା ଅବଦୁଲ ଘନି ବରାଦର ଚାଲିଯାଇଥିଲେ । ହେଲେ ପୁଣିଥରେ କାବୁଲକୁ ରିଟର୍ଣ୍ଣ କଲେ ଆଫଗାନିସ୍ତାନର ଉପ ପ୍ରଧାନମନ୍ତ୍ରୀ । ଏଥିସହ ସେ ନିଜର କାର୍ୟ୍ୟଭାର ମଧ୍ୟ ଗ୍ରହଣ କରିଛନ୍ତି। ବରାଦର ନୂଆ ସରକାରଙ୍କ ଗୃହମନ୍ତ୍ରାଳୟ ଠାରୁ ସୁରକ୍ଷା ନେବାକୁ ମନା କରିଦେଇଛନ୍ତି । ଆଫଗାନିସ୍ତାନର ନୂଆ ସରକାରରେ ସିରାଜୁଦ୍ଦିନ ହକ୍କାନୀଙ୍କୁ ଗୃହ ମନ୍ତ୍ରାଳୟ ମିଳିଛି। ଯାହାକୁ ସଂଯୁକ୍ତ ରାଷ୍ଟ୍ର ବିଶ୍ୱ ଆତଙ୍କବାଦୀ ଘୋଷିତ କରିଛି ।

ତା’ ମୁଣ୍ଡ ଉପରେ ୩୬ କୋଟି ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି। ଅତୀତରେ ହକକାନି ନେଟୱାର୍କ ସହ ସଂଘର୍ଷରେ ବରାଦର ଆହତ ହୋଇ କାନ୍ଦାହାର ଚାଲି ଯାଇଥିଲେ । ତାଲିବାନର ଦୋହା ଶାନ୍ତି ପ୍ରକ୍ରିୟାର ମୁଖ୍ୟ ବରାଦର ମଙ୍ଗଳବାର ଦିନ କାନ୍ଦାହାରରୁ କାବୁଲକୁ ଫେରିଛନ୍ତି । ତାଲିବାନ ନେତା ବରାଦର ୧୩ ସେପ୍ଟେମ୍ବରରେ ହକ୍କାନୀଙ୍କ ସହ ଯୁଦ୍ଧେ ମୃତ୍ୟୁ ବରଣ କରିଥିବା ଖବର ପ୍ରଚାର ହୋଇଥିଲା। ଏହାପରେ ବରାଦର ଏକ ଓଡିଓ ବିବୃତ୍ତି ଜାରି କରି ଜୀବିତ ଥିବା କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ