Masthead

ଦଶହରାରେ ରାବଣ ପୋଡ଼ା କାହିଁକି ?

କଟକ (ବଡ଼ ଖବର ବ୍ୟୁରୋ): ପ୍ରତିବର୍ଷ ଦଶହରା ଆନନ୍ଦ ଉହ୍ଲାସରେ ପାଳନ ଯାଉଥିଲା, କିନ୍ତୁ ଚଳିତ ବର୍ଷର କୋଭିଡ କଟକଣା ପାଇଁ ସବୁ ଫସର ଫାଟିଛି। ପୁରାଣ ବର୍ଣିତ ଅନୁସାରେ ଆଜିର ଦିନରେ ମା’ ଦୁର୍ଗା ମହିଷାସୁରାକୁ ଯୁଦ୍ଧରେ ବଧ କରିଥିଲେ।

ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଦଶହରାରେ ରାବଣର ପୁତ୍ତଳିକା ସହ ମେଘନାଦ ଓ କୁମ୍ଭକର୍ଣ୍ଣକୁ ପୋଡାଯାଇଥାଏ । ଏହି ୩ ଅସୁରର ପୁତ୍ତଳିକା ପୋଡି ଆଧୁନିକ ସମାଜକୁ ବହୁତ କିଛି ଶିକ୍ଷା ଦେଇଥାଏ ।

ରାମାୟଣ ଗ୍ରନ୍ଥ ଅନୁଯାୟୀ, ଆଶ୍ୱିନ ଶୁକ୍ଲପକ୍ଷ ଦଶମୀରେ ଭଗବାନ ଶ୍ରୀରାମ ରାବଣଙ୍କୁ ବଧ କରିଥିଲେ । ରାବଣ ଅହଂକାରୀ । ତାଙ୍କ ଭାଇ ଥିଲେ କୁମ୍ଭକର୍ଣ୍ଣ, ମହା ଅଳସୁଆ । ସେ ଛଅ ମାସ ଶୋଉଥିଲେ ଏବଂ ଗୋଟିଏ ଦିନ ଖାଇବା ପରେ ପୁଣି ୬ମାସ ଶୋଉଥିଲେ । ମେଘନାଥ ଥିଲେ ରାବଣଙ୍କ ପୁଅ । ସେ ଯୁଦ୍ଧବିଦ୍ୟାରେ ନିପୁଣ ଥିଲେ ମଧ୍ୟ ନିଜର ରଙ୍ଗ ପରିବର୍ତ୍ତନ କରିବାରେ ପାରଙ୍ଗମ ଥିଲେ । ଏହି କାରଣରୁ ପ୍ରତିବର୍ଷ ଦଶହରା ପର୍ବରେ ଏହି ୩ ଅସୁରଙ୍କ ପୁତ୍ତଳିଳା ଜଳାଯାଉଛି । ଏହା ଆମକୁ ଶିକ୍ଷା ଦିଏ ଯେ ଅହଂକାର, ଅଳସୁଆ ଏବଂ ପ୍ରତାରଣା ସର୍ବଦା ବ୍ୟକ୍ତିର ପତନର କାରଣ ।

ମଣିଷକୁ ଏହି ମହାନ ଶିକ୍ଷା ଦେବା ପାଇଁ ପ୍ରତିବର୍ଷ ଅଶ୍ୱିନ ଶୁକ୍ଲାପକ୍ଷ ଦଶମୀକୁ ବିଜୟା ଦଶମୀ ଭାବରେ ପାଳନ କରାଯାଏ । ମନୁଷ୍ୟ ଅହଂକାର, ଅଳସୁଆପଣ ଏବଂ ପ୍ରତାରଣାକୁ ତ୍ୟାଗ କରି ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ନିକଟତ୍ତର ହେବା ବିଜୟା ଦଶମୀର ଆଭିମୁଖ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ