Masthead

କାବୁଲ ଫେରିଲେ ବରାଦର

ବଡ଼ ଖବର ବ୍ୟୁରୋ: କାବୁଲ ଫେରିଲେ ବରାଦର । ତାଙ୍କ ସହ ଏକ ନୂଆ ବଡିଗାର୍ଡ ଆସିଥିବାର ଦେଖିବାକୁ ମିଳିଛି । କିଛିଦିନ ପୂର୍ବରୁ କାବୁଲ ଛାଡ଼ି ମୁଲ୍ଲା ଅବଦୁଲ ଘନି ବରାଦର ଚାଲିଯାଇଥିଲେ । ହେଲେ ପୁଣିଥରେ କାବୁଲକୁ ରିଟର୍ଣ୍ଣ କଲେ ଆଫଗାନିସ୍ତାନର ଉପ ପ୍ରଧାନମନ୍ତ୍ରୀ । ଏଥିସହ ସେ ନିଜର କାର୍ୟ୍ୟଭାର ମଧ୍ୟ ଗ୍ରହଣ କରିଛନ୍ତି। ବରାଦର ନୂଆ ସରକାରଙ୍କ ଗୃହମନ୍ତ୍ରାଳୟ ଠାରୁ ସୁରକ୍ଷା ନେବାକୁ ମନା କରିଦେଇଛନ୍ତି । ଆଫଗାନିସ୍ତାନର ନୂଆ ସରକାରରେ ସିରାଜୁଦ୍ଦିନ ହକ୍କାନୀଙ୍କୁ ଗୃହ ମନ୍ତ୍ରାଳୟ ମିଳିଛି। ଯାହାକୁ ସଂଯୁକ୍ତ ରାଷ୍ଟ୍ର ବିଶ୍ୱ ଆତଙ୍କବାଦୀ ଘୋଷିତ କରିଛି ।

ତା’ ମୁଣ୍ଡ ଉପରେ ୩୬ କୋଟି ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି। ଅତୀତରେ ହକକାନି ନେଟୱାର୍କ ସହ ସଂଘର୍ଷରେ ବରାଦର ଆହତ ହୋଇ କାନ୍ଦାହାର ଚାଲି ଯାଇଥିଲେ । ତାଲିବାନର ଦୋହା ଶାନ୍ତି ପ୍ରକ୍ରିୟାର ମୁଖ୍ୟ ବରାଦର ମଙ୍ଗଳବାର ଦିନ କାନ୍ଦାହାରରୁ କାବୁଲକୁ ଫେରିଛନ୍ତି । ତାଲିବାନ ନେତା ବରାଦର ୧୩ ସେପ୍ଟେମ୍ବରରେ ହକ୍କାନୀଙ୍କ ସହ ଯୁଦ୍ଧେ ମୃତ୍ୟୁ ବରଣ କରିଥିବା ଖବର ପ୍ରଚାର ହୋଇଥିଲା। ଏହାପରେ ବରାଦର ଏକ ଓଡିଓ ବିବୃତ୍ତି ଜାରି କରି ଜୀବିତ ଥିବା କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ