Masthead

ସକାଳୁ ସକାଳୁ ଆକ୍ସନ ମୋଡରେ ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର ଓ PEO

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ । କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଜିତେନ୍ଦ୍ର ପଣ୍ଡାଙ୍କ ୪ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ । ଭୁବନେଶ୍ବର ବଡ଼ଗଡ଼ ଗୋପାଳୁଣି ନଗର, ବ୍ରିଟ କଲୋନୀ, ଖୋର୍ଦ୍ଧା ଓ  ବାରଙ୍ଗ ତହସିଲ କାର୍ଯ୍ୟାଳୟରେ ଥିବା ଜିତେନ୍ଦ୍ରଙ୍କ ଚ୍ୟାମ୍ବରରେ ରେଡ୍ ହେଉଛି । ଏହି ଚଢ଼ାଉରେ ୪ ଜଣ ଡିଏସପି, ୭ ଇନ୍ସପେକ୍ଟର ନିୟୋଜିତ ହୋଇଛନ୍ତି ।

ସେପଟେ କେନ୍ଦୁଝର ହାଟଡ଼ିହି ବ୍ଲକ PEO ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ । ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚାଲିଛି । ଏହି ଚଢ଼ାଉରେ ୪ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି । ହାଟଡିହି ସ୍ଥିତ ତିନି ମହଲା କୋଠା, ବସନ୍ତିଆରେ ୨ ମହଲା ବିଶିଷ୍ଟ ମାର୍କେଟ କଂପ୍ଲେକ୍ସ, ହାଟଡିହିରେ ୨ଟି ଗୋଦାମ, ବୈଦ୍ୟନାଥପୁରରେ ଥିବା ଇଲେକ୍ଟ୍ରୋନିକ୍ସ ଦୋକାନ, ପୈତୃକ ଘର ଓ ପଞ୍ଚାୟତ ଅଫିସରେ ଥବା ଚ୍ୟାମ୍ବରରେ ରେଡ୍ କରିଛି ଭିଜିଲାନ୍ସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଜାତିସଂଘ ସୁରକ୍ଷା ପରିଷଦ ବୈଠକ 🔴 ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ 🔴 ରାଜ୍ୟରେ ଅଚାନକ ବଢ଼ିଛି ତାତି 🔴 କାଳବୈଶାଖୀ ନେଇ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ଯୁଦ୍ଧ ଶେଷ କରିବେ କି ଟ୍ରମ୍ପ? 🔴 କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌ 🔴 ୨୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ସତର୍କତା 🔴 ଖୁବଶୀଘ୍ର ଇରାନ ଛାଡ଼ିବ ଆମେରିକା 🔴 ଆହୁରି ୩ ଦିନ କାଳବୈଶାଖୀ ବର୍ଷା 🔴 ‘ହାର୍ ନମାନିଲା ଯାଏଁ ବନ୍ଦ କରନି ଆକ୍ରମଣ’ 🔴 ଆଜି ଜାତିସଂଘ ସୁରକ୍ଷା ପରିଷଦ ବୈଠକ 🔴 ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ 🔴 ରାଜ୍ୟରେ ଅଚାନକ ବଢ଼ିଛି ତାତି 🔴 କାଳବୈଶାଖୀ ନେଇ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ଯୁଦ୍ଧ ଶେଷ କରିବେ କି ଟ୍ରମ୍ପ? 🔴 କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌ 🔴 ୨୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ସତର୍କତା 🔴 ଖୁବଶୀଘ୍ର ଇରାନ ଛାଡ଼ିବ ଆମେରିକା 🔴 ଆହୁରି ୩ ଦିନ କାଳବୈଶାଖୀ ବର୍ଷା 🔴 ‘ହାର୍ ନମାନିଲା ଯାଏଁ ବନ୍ଦ କରନି ଆକ୍ରମଣ’