Masthead

ଅସଜଡ଼ା ଭିତ୍ତିଭୂମିରେ ଆରମ୍ଭ ହେବ ଧାନ କିଣାବିକା

ବରଗଡ଼ (ବଡ଼ ଖବର ବ୍ୟୁରୋ): ସରିନି ଟୋକନ ଦେବା ପ୍ରକ୍ରିୟା । ସଜଡ଼ା ହୋଇନି ଭିତ୍ତିଭୂମି । ତଥାପି ଧାନବିକ୍ରି ପାଇଁ ସରକାର ସଜବାସ । ଆସନ୍ତା ୯ ତାରିଖରୁ ଆରମ୍ଭ ହେବ ଧାନ କିଣାବିକା ପ୍ରକ୍ରିୟା । ଚଳିତ ବର୍ଷ ବରଗଡ଼ ଜିଲ୍ଲାରେ ଖରିଫ ଧାନଫସଲ ଭଲ ହୋଇଛି । ଚାଷୀ ମଧ୍ୟ ବେଶ ଆଶାବାଦୀ ଅଛନ୍ତି ।

ସୋମବାରଠାରୁ ବରଗଡ଼ ଜିଲ୍ଲାରେ ୨୦୨୦-୨୧ ପାଇଁ ଖରିଫ ଧାନ ସଂଗ୍ରହ ପକ୍ରିୟା ଆରମ୍ଭ ହେବ । ଏହାର ସୁପରିଚାଳନା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତି ସକାଶେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ୪୪ ଲକ୍ଷ ୭୫ ହଜାର କ୍ୟୁଣ୍ଟାଲ ଧାନ ସଂଗ୍ରହ କରାଯିବ ବୋଲି ବୈଠକରେ ଉପସ୍ଥିତ ଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ କହିଛନ୍ତି । ଏଥିରେ ୧୦୦ ପ୍ରତିଶତ କଷ୍ଟମ ମିଲିଂ ଚାଉଳ ଫେରାଇଥିବା ୪୯ଟି ମିଲର୍ସ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହେବେ । ପରେ ୬୪ ମିଲର୍ସଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରାଯିବ । ଶନିବାର ସୁଦ୍ଧା ୧ ଲକ୍ଷ ୩୫ ହଜାର ୬୩୨ ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଛି । ଟୋକନରେ ଉଲ୍ଲେଖ ଥିବା ତାରିଖରୁ ୧ମାସ ମଧ୍ୟରେ ଚାଷୀ ଧାନ ବିକ୍ରି କରିପାରିବେ । ଏଥର ୫୮ ଟି ପେକ୍ସ ଓ ୧୪ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହାୟତରେ ୧୫୮ଟି କ୍ରୟ ସେଣ୍ଟରରେ ଧାନ କିଣା ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ବରଗଡ଼ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ମୁକ୍ତା ସାହୁ, ସାଂସଦ ସୁରେଶ ପୁଝାରୀ, ବରଗଡ଼ ବିଧାୟକ ଦେବେଶ ଆଚାର୍ୟ୍ୟ, ଅତବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ଚାଷୀ ପ୍ରତିନିଧି ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ