Masthead

କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଖୋଜୁଛି ପୋଲିସ: ହାଇଆଲର୍ଟ ଜାରି

କଟକ (ବଡ଼ ଖବର ବ୍ୟୁରୋ): କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର । କାଲି ରାତି ତମାମ ପୁରା ତନାଘନା ଚାଲିଥିବା ବେଳେ ଆଜି ମଧ୍ୟ ପଡୋଶୀ ଜିଲ୍ଲା ଗୁଡିକୁ ହାଇ ଆର୍ଲଟ କରାଯାଇଛି । ପୋଲିସ ପକ୍ଷରୁ ଏକ ସ୍ପେଶାଲ ଅପରେସନ ଚାଲିଛି । ଏନେଇ କଟକ ସହିତ ଯାଜପୁର, ବାଲେଶ୍ୱର, କେନ୍ଦ୍ରାପଡା,ଜଗତସିଂହପୁର, ଭୁବନେଶ୍ୱର, ଆଠଗଡ ସୀମାକୁ ସିଲ କରାଯାଇଛି । ଯେହେତୁ କେନ୍ଦ୍ରାପଡାରେ ତା ଘର ସେଥିପାଇଁ କେନ୍ଦ୍ରାପଡାକୁ ପୁରା ନଜରେ ରଖାଯାଇଛି ।

ହାଇଦରକୁ ଖୋଜିବାକୁ ୪ଟି ସ୍ପେଶାଲ ଟିମ ଗଠନ କରାଯାଇଛି । ଦକ୍ଷ ପୋଲିସ ଅଫିସରଙ୍କୁ ଏଥିରେ ସାମିଲ କରାଯାଇଛି । ଖୁବଶୀଘ୍ର ଧରିବୁ ବୋଲି ସିପି ପ୍ରତିକ୍ରିୟାରେ କହିଛନ୍ତି । ଗୁଇନ୍ଦା ବିଭାଗକୁ ମଧ୍ୟ ସତର୍କ କରାଯାଇଛି । ସେପଟେ ତାଙ୍କ ପତ୍ନୀ ହସିନା ପ୍ରତିକ୍ରିୟାରେ କହିଛନ୍ତି ହାଇଦରକୁ ଗାଏବ କରିଦିଆଯାଇଛି । ହାଇଦର ସର୍ଜରୀ ୱାର୍ଡର ତୃତୀୟ ମହଲା କ୍ୟାବିନ ନମ୍ବର ୫ରେ ରହୁଥିବାବେଳେ ସନ୍ଧ୍ୟାବେଳେ ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଫେରାର ହୋଇଯାଇଥିଲା ।

ତେବେ କନଷ୍ଟେବଳଙ୍କୁ କିପରି ନିଶା ଦେଲେ ତାହା ଏବେ ପୋଲିସର ପାରିବାପଣିଆ ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । କଟକ ସହରରେ ନାକାବନ୍ଦୀ ହେବା ସହ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲା ପୋଲିସକୁ ହାଇଦର ଫେରାର ନେଇ ସୂଚନା ଦିଆଯାଇଛି । ସମ୍ବଲପୁର ଜେଲରେ ଥିବା ସମୟରେ ହାଇଦରକୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଆଉ ସେଠୁ କଟକ ସ୍ଥାନାନ୍ତର କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ