Masthead

ବରୀରେ ବିଜେଡିର ଗୁଣ୍ଡାରାଜ୍, ବିଜେପିର ସାମ୍ବାଦିକ ସମ୍ମିଳନୀ

ବରୀ (ବଡ଼ ଖବର ବ୍ୟୁରୋ): ବରୀ ବିଜେପି ପକ୍ଷରୁ ଆଜି ବିଜେପି ବିଧାୟକ ପ୍ରାର୍ଥୀ ଉମେଶ ଚନ୍ଦ୍ର ଜେନାଙ୍କ ରତ୍ନଗିରି ସ୍ଥିତ ବାସଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଆଶୁତୋଷ ପରିଡ଼ା ଯୋଗ ଦେଇ ବରୀରେ ବିଜୁ ଜନତା ଦଳ ଭୟଭୀତ ହୋଇଯାଇଛି ଯାହା ଦ୍ଵାରା ବରୀରେ ଗୁଣ୍ଡାରାଜ୍ ଆରମ୍ଭ କରିଛି। ସାରା ଓଡ଼ିଶାରେ ବିଜେପିର ଲହର ବଢୁଥିବା ବେଳେ ମୋଦି ଗ୍ୟାରେଣ୍ଟିକୁ ସାଧାରଣ ଲୋକେ ବୁଝି ବିଜେପି ସପକ୍ଷରେ ମତ ଦେବାକୁ ମନ ସ୍ଥିର କରିଥିବା ବେଳେ ଯାହାକୁ ବିଜେଡି ସହି ନ ପାରି ବିଜେପି କର୍ମୀଙ୍କୁ ବିଜେଡି ସମର୍ଥକମାନେ ବିଜେପି ସପକ୍ଷରେ ପ୍ରଚାର ନ କରିବା ପାଇଁ ଗାଳି ଗୁଲଜ କରିବା ସହ ପରିବାରକୁ ଧମକ ଦେଉଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ ବରୀ ବ୍ଲକ ବାଲିବିଲି ପଞ୍ଚାୟତର ବିଜେପି କର୍ମୀ ଦେବବ୍ରତ କଣ୍ଠଙ୍କୁ ବିଜେଡି କର୍ମୀ ରାଜକିଶୋର ପଢ଼ିଆରି ଟେଲିଫୋନ ଯୋଗେ ଗାଳି ଗୁଲଜ କରିବା ସହ ବିଜେପି ପାଇଁ ପ୍ରଚାର ନ କରିବାକୁ କହିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଯାହାକୁ ନେଇ ଦେବବ୍ରତ କଣ୍ଠ ଗତକାଲି ରାତିରେ ବିଜେପିର ବିଧାୟକ ପ୍ରାର୍ଥୀଙ୍କ ନିର୍ଦ୍ଦେଶରେ ବରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯଦି ୪୮ ଘଣ୍ଟା ମଧ୍ୟରେ ଅଭିଯୋଗକାରୀକୁ ଗିରଫ କରା ନଯାଏ ତେବେ ବିଜେପି ବରୀ ଥାନା ଘେରାଉ କରିବ ବୋଲି ଚେତାବନୀ ଦେଇଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଆଶୁତୋଷ ପରିଡ଼ା, ରବୀନ୍ଦ୍ର ଜେନା, ମନୋଜ ମହାପାତ୍ର, ସୌଭାଗ୍ୟ ରଞ୍ଜନ ଦାସ, ଦେବବ୍ରତ କଣ୍ଠ ପ୍ରମୁଖ ଯୋଗ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ