Masthead

କେବଳ ଜନ୍ମଦିନରେ କୋଟିଏ ଟିକା, ଅନ୍ୟଦିନରେ କାହିଁକି ନୁହେଁ ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନା ଦେଶରେ ଦିନକୁ ଦିନ ଆୟତ୍ୱ ହେବାରେ ଲାଗିଛି । ସେପଟେ ଦେଶରୁ କରୋନାକୁ ସମ୍ପୂର୍ଣ୍ଣ ହରାଇବା ପାଇଁ ପ୍ରଧାନମନ୍ତ୍ରୀ ଟିକାକରଣ ଅଭିଯାନକୁ ଅଧିକ ଗୁରୁତ୍ୱ ଦେବାରେ ଲାଗିଛନ୍ତି । ହେଲେ ଦେଶର ଟିକାକରଣକୁ ନେଇ ପ୍ରଶ୍ନ କରିଛି ଜାତୀୟ କଂଗ୍ରେସ । କାହିିଁକିନା କିଛିଦିନ ପୂର୍ବରୁ ସାରା ଦେଶ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଥିଲା । କେବଳ ଏତିକି ନୁହେଁ ବରଂ ଏହି ଅବସରରେ ଦେଶରେ ଏକ କୋଟି ଟିକାକରଣ କରାଯିବା ଲକ୍ଷ୍ୟ ମଧ୍ୟ ରଖାଯାଇଥିଲା । ଯାହା ପୂରଣ ମଧ୍ୟ ହୋଇଥିଲା । ସେପଟେ ଏହି କଥାକୁ କିଛି ଲୋକ ସ୍ୱାଗତଯୋଗ୍ୟ ପଦକ୍ଷେପ କହୁଥିବାବେଳେ ଆଉ କିଏ ଦେଶରୁ ପ୍ରଧାନମନ୍ତ୍ରୀଙ୍କ ଛବି ସୁଧାରିବା ପାଇଁ ଦଳର ଏହା ଆଉ ଗୋଟିଏ ଚାଲ ବୋଲି ଅଭିଯୋଗ କରିଥିଲେ । ଏହା ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ କଂଗ୍ରେସ ଅଧ୍ୟକ୍ଷା କଡ଼ା ସମାଲୋଚନା କରିଥିବାର ଦେଖିବାକୁ ମିଳିଥିଲା ।

ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଯଦି ଏକ କୋଟି ଟିକା ଦିଆଯାଇପାରୁଛି । ତାହାଲେ ଏହା କାହିଁକି ପ୍ରତିଦିନ କରାଯାଇ ପାରୁ ନାହିଁ । କରୋନାର ପ୍ରଥମ ଲୋହର ପରେ ସରକାର ଦ୍ୱିତୀୟ ଲୋହର ପାଇଁ ପ୍ରସ୍ତୁତ ନଥିଲେ । ଅମ୍ଳଜାନ ଅଭାବ ଯୋଗୁଁ ଛଟପଟ ହେଉଥିବା ଲୋକଙ୍କ ଅବସ୍ଥା ଏବଂ ଅସହାୟ ପରିବାରଙ୍କ କଷ୍ଟକୁ ସରକାର ହୃଦୟଙ୍ଗମ କରିପାରି ନାହଁନ୍ତି । ଏହାକୁ ଦେଶ କେବେ ବି ଭୁଲି ପାରିବ ନାହିଁ । ମୋଦି ସରକାର କରୋନା ବିରୋଧୀ ଲଢେଇକୁ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ ସୁଯୋଗ ଭାବେ ବିଚାର କରୁଛନ୍ତି ବୋଲି ସୋନିଆ ଗାନ୍ଧୀ କହିଛନ୍ତି । କେବଳ ଏତିକି ନୁହେଁ ବରଂ ନିଜ ରାଜନୈତିକ ସ୍ୱାର୍ଥ ପାଇଁ ମୋଦି ସରକାର ଲୋକଙ୍କ ଦୁଃଖ କଷ୍ଟ ନ ବୁଝି ଏଭଳି କରୁଛନ୍ତି । ଏପର୍ଯ୍ୟନ୍ତ ଜନସଂଖ୍ୟାର ଏକ ତୃତୀୟାଂଶରୁ କମ ଉଭୟ ଟିକା ଗ୍ରହଣ କରିଛନ୍ତି । ଏପରିକି ପିଲାମାନଙ୍କୁ ଟିକାକରଣରେ ମଧ୍ୟ ଦଳ ରାଜନୈତିକ ସ୍ୱାର୍ଥ ଦେଖୁଛି ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ